ଆନ୍ତଃ ଜିଲ୍ଲା ସମ୍ମାନ ଜନକ ସାହାଣୀ କପ୍‌ ୨୦୨୧ ପାଇଁ ବଲାଙ୍ଗିର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ୩୦ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ବଲାଙ୍ଗିର ଜିଲ୍ଲା ଫୁଟବଲ୍‌ ଟିମ ସାହାଣୀ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ସାହାଣୀ କପ୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ସୁନ୍ଦରଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଫୁଟବଲ ଏସୋସିଏସନ୍‌ ଅଫ୍‌ ଓଡିଶା (ଫାଓ) ତରଫରୁ ସ୍ଥିର ହୋଇଛି । ବଲାଙ୍ଗିର ଜିଲ୍ଲାର ପ୍ରତ୍ୟକ କୋଣ ଅନୁକୋଣରୁ ଖେଳାଳୀ ଚୟନ କରାଯାଇ ଏକ ଶକ୍ତ ଓ ଶ୍ରେଷ୍ଠ ଟିମ୍‌ ଗଠନ କରାଯାଇ ସାହାଣୀ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଟିମ୍‌ ଗଠନ ନିମନ୍ତେ ଆସନ୍ତା ତା ୩୦.୦୧.୨୦୨୧ ରିଖ ସକାଳ ୧୦ ଘଣ୍ଟା ସମୟରେ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସମସ୍ତ ଉଚ୍ଛୁକ ଖେଳାଳୀ ମାନଙ୍କୁ ଯୋଗଦେବାକୁ ଅନୁରୋଧ କରାଯାଇଛି । ପୁନଶ୍ଚ ସମସ୍ତେ ଫୁଟବଲ କିଟ୍‌ ସହ ଆସିବେ । ଏହି ଦିନ ଖେଳାଳୀ ଚୟନ କରାଯିବ । ଚୟନ ହୋଇଥିବା ଖେଳାଳୀମାନଙ୍କୁ ନେଇ କୋଚିଙ୍ଗ୍‌ କ୍ୟାମ୍ପ କରାଯିବାକୁ କମିଟି ଅଧ୍ୟକ୍ଷ ଡ. ଶ୍ରୀକର ମିଶ୍ର ଓ ଫୁଟବଲ ସମ୍ପାଦକ ନିଶାରକାନ୍ତ ନାଗ ଜଣାଇଛନ୍ତି । ଉକ୍ତ ବୈଠକରେ ଚୟନ କମିଟିର ଅଧ୍ୟକ୍ଷ ଡ. ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ଫୁଟବଲ ସମ୍ପାଦକ ନିଶାରକାନ୍ତ ନାଗ, ଡ. ସିଦେ୍ଧଶ୍ୱର ମିଶ୍ର, ଶ୍ରୀକାନ୍ତ ରାଉତ, ଶରତ କୁମାର ନନ୍ଦ, ହେମନ୍ତ କୁମାର ବେହେରା ଓ କୋଚ୍‌ ପରାସର ବାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

17 − 16 =