ସରପଞ୍ଚଙ୍କ ପ୍ରୟାସରେ ସରକାରୀ ଚାଉଳ ପହଞ୍ଚିଲା ହିତାଧିକାରୀଙ୍କ ପାଖରେ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅମ୍ବାଭୋନା ଗ୍ରାମ ପଞ୍ଚାୟତ ସରପଞ୍ଚ ଗୁଲାପି ଦାସଙ୍କ ଆଉ ଏକ ଅଭିନବ ପ୍ରୟାସ । ସରକାରୀ ଭତ୍ତା ପରେ ଏବେ ସରକାରୀ ଚାଉଳ ଅନାୟସରେ ପହଂଚିଛି ଲୋକଙ୍କ ପାଖରେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଲୋକଙ୍କୁ ଆସ୍ୱସ୍ତି ଦେବାକୁ ଯାଇ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚାଯାଇଛି ଚାଉଳ । ଯେଉଁ ହିତାଧିକାରୀମାନଙ୍କୁ ଏଥିପାଇଁ ଦୀର୍ଘ ରାସ୍ତା ଅତିକ୍ରମ କରି ଘଣ୍ଟା ଘଣ୍ଟା ଧରି ପଞ୍ଚାୟତ କାର୍ଯ୍ୟାଳୟରେ ଅପେକ୍ଷା କରିବାକୁ ପଡ଼ୁଥିଲା, ସେମାନଙ୍କ କଷ୍ଟ ଲାଘବ କରିବା ସହ ମନରେ ଆନନ୍ଦ ଭରିଦେଇଛି ସରପଞ୍ଚ ଏହି ନୂଆ ପ୍ରୟାସ ।

Leave A Reply

Your email address will not be published.