jayashree

ଚାଷୀ ମୁଣ୍ଡରେ ଚଡକ, ମଣ୍ଡିରେ ପଡିଛି ହଜାର ହାଜର ବସ୍ତା ଧାନ, ପ୍ରଶାସନ ନିଦାବିଷ୍ଣୁ : ଚାଷୀଙ୍କୁ ଘାରୁଛି ଟୋକନ ଚିନ୍ତା, ଧାନ ଅଛି ହେଲେ ଟୋକନ ନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ହେଲା ଧାନକିଣା ଆରମ୍ଭ ହୋଇଯାଇଛି । ହେଲେ ବର୍ତ୍ତମାନ ଚାଷୀ ମୁଣ୍ଡରେ ଚଡକ । ପ୍ରତ୍ୟେକ ପେକ୍ସ ଓ ଏସଏଚଜିରେ ହଜାର ହଜାର ଧାନ ପଡି ରହିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିିଲିଛି । ବର୍ତ୍ତମାନ ଚାଷୀଙ୍କୁ ଘାରୁଛି ଟୋକନ ଚିନ୍ତା । କାରଣ ଚାଷୀଙ୍କ ପାଖରେ ଧାନ ଥିବା ବେଳେ ଟୋକନ ଆସିନାହିଁ, ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଯୋଗାଣ ଅଧିକାରୀ ନଳିନୀକାନ୍ତ ପାଲଙ୍କୁ ଚାଷୀଙ୍କ ଧାନ ବିକ୍ରି କରିବା ପାଇଁ ଟୋକନ କାହିଁକି ଆସୁନାହିଁ ବୋଲି ପଚାରିଲେ ମୁଁ କିଛି ଜାଣିନାହିଁ, ତୁମେ କାହିଁକି ପଚାରୁଛ ବୋଲି ଓଲଟା କହୁଛନ୍ତି । ଏଥିରେ ପ୍ରଶ୍ନଉଠେ ଯେ, ଯଦି ଜଣେ ଯୋଗାଣ ଅଧିକାରୀ କିଛିଜାଣି ପାରୁନାହାନ୍ତି, ତ ଆଉ ଜାଣିବ କିଏ ? ଅପର ପକ୍ଷରେ ଚାଷୀଙ୍କୁ ଏବେ ସରକାର ହଇରାଣ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ସବୁ ଯାକ ଦଲାଲଙ୍କ ଧାନ ମିଲର ପାଖରେ ଭର୍ତି ହୋଇ ଥିବା ବେଳେ ଏବେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି । କେତେଜଣ ପେକ୍ସ ସମ୍ପାଦକ ମାନେ ନିଜ ନିଜ ସମ୍ପକୀୟ ଲୋକଙ୍କ ଧାନକୁ ଏନଟ୍ରି କରି ଦେଇଥିବା ବେଳେ ଏବେ ଚାଷୀ ମୁଣ୍ଡରେ ବୋଝ ସୃଷ୍ଟି ହେଉଛି କାରଣ ଧାର କରଜ ଆଣି ଚାଷୀ ଧାନ କରିଥାଏ । ଏବେ ହଜାର ହଜାର କ୍ୱି‌ଣ୍ଟାଲ ଧାନ ସଇଁନ୍ତଲା ବ୍ଲକର ବିଭିନ୍ନ ମଣ୍ଡିରେ ପଡିରହିଛି । ପ୍ରଶାସନ ନାମକୁ ମାତ୍ର ତଦନ୍ତ କରୁଛି, କିନ୍ତୁ ସବୁ ସଲାସୁତୁରା ଥିବା ମଧ୍ୟ ଅଭିଯୋଗ ହେଉଛି । ଅନ୍ୟପଟେ କଟନି ଛଟନିକୁ ନେଇ ପ୍ରଥମ ଦିନରୁ ବାବ ବିବାଦ ସୃଷ୍ଟି ହେଉଛି, ହେଲେ ପ୍ରତେକ କୁଣ୍ଟାଲ ପିଛା ୬ ରୁ ୮କେଜି କଟାଯାଉଥିବା ଚାଷୀ ଅଭିଯୋଗ କରି ଆସୁଛନ୍ତି । ହେଲେ ଶୁଣିବା ପାଇଁ ଅଛି କିଏ ? ସବୁ ତ ମିଲି ମିସି ଭାଗବଣ୍ଟା କରୁଛନ୍ତି ।କଟ୍‌ନି ଛଟ୍‌ନି ଧାନରେ ଉପରୁ ତଳ ଯାଏଁ ଭାଗବଂଟା ରହିଥିବା ଶୁଣିବାକୁ ମିଳିଛି । ତେବେ ଚାଷୀଙ୍କୁ କାହିଁକି ଏତେ କଟନି ଛଟନି ପରେ ମଧ୍ୟ ହଇରାଣ କରୁଛନ୍ତି ତାହାକୁ ନେଇ ଏବେ ସନ୍ଦେହ । ବର୍ତ୍ତମାନ ଜିଲ୍ଲା ପ୍ରଶାସନ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରତ୍ୟେକ ଚାଷୀଙ୍କ ପାଖକୁ ଯାଇ, ତାଙ୍କ ଜମିକୁ ଯାଇ କେତେ ପରିମାଣରେ ଧାନ ହେଇଛି ତାହା ତଦନ୍ତ କରିବା ପାଇଁ । ତହସିଲଦାର ମହାଶୟ ମଧ୍ୟ ପ୍ରତେକ ଚାଷୀଙ୍କ ବିଲକୁ ଯାଇ ଧାନ ମଧ୍ୟ ଦେଖୁଛନ୍ତି । ତେବେ ଧାନକଟା ସରି ଯାଇଛି, ହେଲେ କେତେ ପରିମାଣରେ ଧାନ ହୋଇଛି ପ୍ରଶାସନ ଜାଣି ପାରିବ କେମିତି. ତାହାକୁ ଏବେ ଚାଷୀ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଧାନ ବିକ୍ରି କରିବା ପାଇଁ ଚାଷୀଙ୍କ ଟୋକନ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.