pakka

ସଚେତନତା ଭିତ୍ତିକ ସର୍ଟ ଫିଲ୍ମ କରି ଚର୍ଚ୍ଚାରେ ବିଶ୍ୱନାଥ

bbehera

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ସର୍ଟ ଫିଲ୍ମ କରି ଚର୍ଚ୍ଚାରେ ଅଛନ୍ତି ନବରଙ୍ଗପୁରର ଯୁବକ । ଫିଲ୍ମ ପୁଣି ନିର୍ମାଣ ହୋଇଛି କୋରାପୁଟିଆ ଦେଶୀଆ ଭାଷାରେ । ମାତ୍ର ୨୩ବର୍ଷ ବୟସରେ ୫୦ରୁ ଅଧିକ ସଚେତନ ଧର୍ମୀ ଫିଲ୍ମ କରି ପ୍ରଶଂସା ସାଉଁଟୁଛନ୍ତି ନବରଙ୍ଗପୁର ଜିଲ୍ଲା ଦୁରାଗାଁର ବିଶ୍ୱନାଥ ବିଶୋୟୀ ।ନିଜର ଇଚ୍ଛାଶକ୍ତି ବଳରେ ଛୋଟିଆ କ୍ୟାମେରାରେ ସ୍ଥାନୀୟ କିଛି ଉତ୍ସାହୀ ଯୁବକ-ଯୁବତୀଙ୍କୁ ନେଇ ସର୍ଟ ଫିଲ୍ମ ନିର୍ମାଣ କରୁଛନ୍ତି । ଏବେ ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ୟୁଟ୍ୟୁବରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନକୁ ଛୁଉଁଛି । ସେ ୨୦୧୭ ମସିହାରୁ ୟୁଟ୍ୟୁବ ଚେନାଲ ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରି ସମାଜକୁ ଦୀଗଦର୍ଶନ ଦେବା ଭଳି ସଚେତନତା ଭିତ୍ତିକ ଅନେକ ସର୍ଟ ଫିଲ୍ମ୍ ପ୍ରଦର୍ଶନ କରିଛନ୍ତି ଏବଂ ଆଞ୍ଚଳିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଗତ ୨୦୧୯/୨୦ ବର୍ଷର ନବରଙ୍ଗପୁର ଜିଲ୍ଲାର କଳା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଣ୍ଡେଇ ସମ୍ବନ୍ଧୀୟ ଗୀତ କ୍ୟାସେଟ ନବରଙ୍ଗପୁର ଜିଲ୍ଲାପାଳଙ୍କ କରକମଳରେ ଉନ୍ମୋଚିତ କରାଯାଇଥିଲା । ସେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର କଳା ସଂସ୍କୃତି ଓ ଆଞ୍ଚଳିକ ଭାଷାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖୁଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ଵ ସଚେତନତା ଭିତ୍ତିକ ସର୍ଟ ଫିଲ୍ମ ୟୁଟ୍ୟୁବ ଚ୍ୟାନେଲ ବିଶ୍ଵନାଥ ମ୍ୟୁଜିକ୍ ଷ୍ଟୁଡିଓ ଓ ଜେବିଆର୍ ପ୍ରଡକ୍ସନରେ ଅପଲୋଡ଼ କରି ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.

20 − seventeen =