ସଟ୍ଟା ମାଲିକଙ୍କୁ ଗିରଫ କରିବାରେ ପୋଲିସ ଚୁପ୍‌, ସାଧାରଣରେ ଚର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ଶିଶୁ କାଲିର ଭବିଷ୍ୟତ, କଥାଟି ଶୁଣିବାକୁ ବହୁତ ଖୁସି ଲାଗେ, ହେଲେ ବାସ୍ତବରେ ଆଜି କାଲିର ଶିଶୁ ସଟ୍ଟାର ଶିକାର ହୋଇ ଖରାଫ ରାସ୍ତାରେ ଯାଉଛନ୍ତି । ବର୍ତ୍ତମାନ ଦେଖିବାକୁ ଗଲେ ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଛୁଆ ଠୁ ବୁଢ଼ା ସମସ୍ତେ ଏହି ସଟ୍ଟାର ଶିକାର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଖେଳ ଏବେ ସହର ଠୁ ଗାଁ ପର୍ଯ୍ୟନ୍ତ ବ୍ୟାପି ସାରିଲାଣି । ସହରର ଗଲି କନ୍ଦି, ପାନ ଦୋକାନମାନଙ୍କରେ କେବେଳ ସଟା ଖେଳ ଚାଲୁଛି, ୧ ଟଙ୍କାରେ ୮୦ ଟଙ୍କା ମିଳୁଛି । ଏହି ଲୋଭରେ ଛୁଆ ଠୁ ବୁଢ଼ା ସମସ୍ତେ ଶିକାର ହେଉଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ରୋଗ ଏବେ ପ୍ରଚୁର ପରିମାଣରେ ବ୍ୟାପି ସାରିଲାଣି । ଏହାକୁ ରୋକିବା ପାଇଁ ଅନେକ ଥର ବୁଦ୍ଧିଜୀବୀମାନେ ପୋଲିସକୁ ଜଣାଇଥିଲେ ସୁଦ୍ଧା ପୋଲିସ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି । କ’ଣ ପୋଲିସ ସଟ୍ଟା ମାଲିକଙ୍କ ସହ ଡ଼ିଲ କରି ନାହିଁ ତ ବୋଲି ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

Leave A Reply

Your email address will not be published.