jayashree

ଆନ୍ତଃଜିଲ୍ଲା ସିଏମ୍‌ ଟ୍ରଫି -୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ବାଳକ ଓ ବାଳିକା ଉଭୟ ବର୍ଗରେ ବରଗଡ଼ ଜୋନ ଚାମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଜୋନ ଫାଇନାଲ ଖେଳ ହୋଇଯାଇଛି । ପ୍ରଥମ ସକାଳ ବାଳିକା ଜୋନ ଫାଲନାଲ ଖେଳରେ ବରଗଡ଼ ୨-୧ ଗୋଲରେ ଦେବଗଡ଼କୁ ହରାଇ ଜୋନ ଚାମ୍ପିୟନ ହୋଇଛି । ଓଡ଼ିଶା ଫୁଟବଲ ଏସୋସିଏସନ୍‌ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବାଳିକା ଜୋନ ଫାଇନାଲ ଖେଳରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରି ଜୋନ ଚାମ୍ପିୟନ ଓ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମଂଚାସୀନ ଥିଲେ । ଦ୍ୱିତୀୟ ଅପରାହ୍ନରେ ବାଳକ ବର୍ଗ ଜୋନ ଫାଇନାଲ ଖେଳରେ ବରଗଡ଼ ୬-୦ ଗୋଲରେ ନୟାଗଡ଼କୁ ହରାଇ ଜୋନ ଚାମ୍ପିୟନ୍‌ ହେଲା । ଓଡ଼ିଶା ଫୁଟବଲ ଏସୋସିଏସନ୍‌ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବାଳକ ଜୋନ ଫାଲନାଲ ଖେଳରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରି ଜୋନ ଚାମ୍ପିୟନ ଓ ଉପ-ବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ, ସଂସଦର ବରିଷ୍ଠ ସଦସ୍ୟ ସୁଧୀର ଚନ୍ଦ୍ର ପଣ୍ଡା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ସଦସ୍ୟ କୈଳାସ ଚନ୍ଦ୍ର କର୍ତୀ ଯୋଗ ଦେଇଥିଲେ । ବାଳିକା ବର୍ଗ ଖେଳକୁ ସୀତା ମାରାଣ୍ଡି, ଶୁଭ୍ରଜିତ ସ୍ୱାଇଁ, ମାମା ସିଂ ଓ ପ୍ରିୟଙ୍କା ବିଶି ପରିଚାଳନା କରିଥିଲେ । ବାଳକ ବର୍ଗ ଖେଳକୁ ଜିତେନ୍ଦ୍ର ପାତ୍ର, ସୌରଭ ନାଏକ, ପପୁନ ବେହେରା ଓ ଗୌରହରି ପୁଟେଲ ପରିଚାଳନା କରିଥିଲେ । ଉଭୟ ଖେଳରେ ନବୀନ ନାଏକ ମ୍ୟାଚ୍‌ କମିଶନର ଥିଲେ ।

Leave A Reply

Your email address will not be published.