ଚଳିତ ଥରରୁ ବାର୍ଦ୍ଧକ୍ୟ ଓ ଶଯ୍ୟାଶାୟୀଙ୍କ ନିମନ୍ତେ ସ୍ଵତନ୍ତ୍ର ହୋମ୍-ଭୋଟିଙ୍ଗ ବ୍ୟସ୍ଥାପନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଠାରୁ ମତଦାନ ବ୍ୟବସ୍ଥାରେ କେତେଗୁଡ଼ିଏ ନୂତନ ବିଧିବଦ୍ଧ ବ୍ୟବସ୍ଥା କରାଯାଉଛି । ଯାହାକି ଚଳିତ ଥର ପାଇଁ ପ୍ରଥମଥର ଲାଗୁ ହେଉଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରର ଜିଲ୍ଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ବୈଠକରେ ଏହା କୁହାଯାଇଛି । ନିର୍ବାଚନ ଆଚରଣ ବିଧି ସମ୍ପର୍କିତ ରାଜନୈତିକ ଦଳୀୟ ପ୍ରତିନିଧିଙ୍କ ସମେତ ଗଣମାଧ୍ୟମ, ପ୍ରେସ ପ୍ରତିନିଧିଙ୍କ ସହ ଆଲୋଚନାରେ ବହୁ ତଥ୍ୟ ଉପସ୍ଥାପନା ହୋଇଛି । ବାର୍ଦ୍ଧକ୍ୟ ଓ ଶଯ୍ୟାଶାୟୀଙ୍କ ନିମନ୍ତେ ସ୍ଵତନ୍ତ୍ର ହୋମ୍-ଭୋଟିଙ୍ଗ ବ୍ୟସ୍ଥାପନା କରାଯାଉଥିବାବେଳେ ଶାରୀରିକ ଅକ୍ଷମ ଅବା ଭିନ୍ନକ୍ଷମମାନଙ୍କ ନିମନ୍ତେ ଭୋଟ ଗ୍ରହଣ କେନ୍ଦ୍ର ଅବା ବୁଥ୍ ମଧ୍ୟକୁ ହୁଇଲ୍ ଚେୟାରରେ ଅଣାଯିବା, ରେମ୍ପ୍ ବ୍ୟବସ୍ଥାକୁ ଗୁରୁତ୍ତ୍ଵ ଦିଆଯିବା ଆଦି ବ୍ୟବସ୍ଥାପନା କରାଯାଉଛି ବୋଲି କୁହାଯାଇଛି । ଅସହାୟ ମହିଳା କିମ୍ବା ପୁରୁଷ ଲୋକ ଯେଉଁମାନେ ରୋଗଗ୍ରସ୍ତ, ଗର୍ଭବତୀ, ଉଠିବା, ବସିବାରେ, ଚାଲିବାରେ ଅସୁବିଧା ହେଉଥିବେ, ଯାହାକି ବାର୍ଦ୍ଧକ୍ୟ ଓ ଶଯ୍ୟାଶାୟୀଙ୍କ ନିମନ୍ତେ ସ୍ଵତନ୍ତ୍ର ହୋମ୍-ଭୋଟିଙ୍ଗ ବ୍ୟସ୍ଥାପନା କରାଯାଉଛି ବୋଲି ମଙ୍ଗଳାବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ବାଚନ ଆଚରଣ ବିଧି ଉପରେ ଆଲୋକପାତ କରି କହିଛନ୍ତି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଓ ଭୋଟଗ୍ରହଣ ଯେପରି ଶାନ୍ତିଶୃଙ୍ଖଳାର ସହ ସମାହିତ ହେବ ଏବଂ ସଭିଁଏ ଶତପ୍ରତିଶତ ଭୋଟ ଦେବାର ସୁଯୋଗ ପାଇପାରିବେ, ସେ ଦିଗରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କୁହାଯାଇଛି । ଖୁବଶୀଘ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଯାଉଛି । ଏହା ପୁଣି ଅତିଶୀଘ୍ର ତାରିଖ ଘୋଷଣା ହୋଇଯିବାର ଅଛି ବୋଲି ଜଣାଯାଇଛି । ଦଳୀୟ ପ୍ରଚାର ପ୍ରସାର କ୍ଷେତ୍ରରେ ଖର୍ଚ୍ଚର ପରିମାଣ ଏବଂ ଦଳୀୟ ନେତା ପ୍ରାର୍ଥୀଙ୍କର ବିଜ୍ଞାପନ ଛପିବାକୁ ହେଲେ ମିଡ଼ିଆ ସାର୍ଟିଫିକେସନ୍‌ର ଅନୁମୋଦନ ଲାଭ କରିବା ନିହାତି ଜରୁରୀ । ନିର୍ବାଚନ କ୍ଷେତ୍ରରେ ଅବା ଭୋଟ ଗ୍ରହଣ ବେଳେ କୌଣସି ଆପତ୍ତି ଅଭିଯୋଗ ଅଭିମତ ପ୍ରଶାସନଠାରେ ପହଞ୍ଚାଇବାକୁ ଚାହୁଁଥିବା ଯେ କୌଣସି ବ୍ୟକ୍ତି ନାଗରିକମାନେ ହେଲ୍ପ-ଲାଇନ୍ ନମ୍ୱର (ଟୋଲ୍-ଫ୍ରି) ୧୯୫୦କୁ ଯୋଗାଯୋଗ କରିପାରିବେ । ଏଦିଗରେ ସର୍ବସାଧାରଣରେ ପ୍ରଶାସନ ଅନେକ ତଥ୍ୟ-ବାସ୍ତୁ ଉପରେ ଅବଗତ କରାଇଛନ୍ତି ।

Leave A Reply

Your email address will not be published.

fifteen − thirteen =