ମୃତ୍ୟୁ ପରେ ଚକ୍ଷୁଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ କେ ଗଣ୍ଡପାଲି ଗ୍ରାମର ନବୀନ କାଣ୍ଡ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କର ବାପା ଛାଲୁ କାଣ୍ଡ ଓ ତାଙ୍କର ଭାଇ ଲଳିତ କାଣ୍ଡ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଏଠାକୁ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ରିସିଭ ଡେଥ୍‌ ହୋଇଥିବା କହି ବିଭାଗୀୟ ଡାକ୍ତର ମୃତ ନବୀନଙ୍କ ଶବ ବ୍ୟବଚ୍ଛେଦ କରିବା ବିଷୟରେ କହିଥିଲେ । ତେବେ ବ୍ୟବଚ୍ଛେଦ ଅପେକ୍ଷାରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ ଖବର ପାଇ ସେଠାରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟମାନେ ପହଞ୍ଚି ପରିବାର ଲୋକଙ୍କୁ ଚକ୍ଷୁଦାନ ବିଷୟରେ ବୁଝାଇଥିଲେ । ପରିବାର ଲୋକେ ସେଥିରେ ରାଜି ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ କର୍ମଚାରୀ ପ୍ରଭାସିନୀ ସ୍ୱାନ ମୃତ ନବୀନଙ୍କ ଚକ୍ଷୁର କାର୍ଣ୍ଣିୟା ସୁରକ୍ଷିତ ଭାବରେ ସଂଗ୍ରହ କରିଥିଲେ । ପ୍ରକାଶଥାଉ କି, ସଂଗ୍ରହ କରାଯାଇଥିବା ଚକ୍ଷୁ ସାହାଯ୍ୟରେ ଦୁଇଜଣ ଦୃଷ୍ଟିହୀନ ବ୍ୟକ୍ତି ଉପକୃତ ହୋଇପାରିବେ । ସେମାନେ ପୁନର୍ବାର ଏହି ରଙ୍ଗୀନ ଦୁନିଆକୁ ଦେଖିପାରିବେ । ଏଣୁ ବଞ୍ଚିଥିବା ଅବସ୍ଥାରେ ରକ୍ତଦାନ କରିବା ସହିତ ମୃତ୍ୟବରଣ କରିବା ପରେ ଚକ୍ଷୁଦାନ କରିବା ନେଇ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ନିଜର ମତ ରଖିଛନ୍ତି ।

Leave A Reply

Your email address will not be published.

16 + 8 =