oom

କୁକୁଡ଼ା ଖେଳ ଉପରେ ପୁଲିସର ଅତର୍କିତ ଚଢ଼ାଉ : ୩୬ ଗିରଫ

jsmm

ରାଜଗାଙ୍ଗପୁର : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମାଲିଡ଼ିହି ପଞ୍ଚାୟତ ପତ୍ରାଟୋଲି ଅଞ୍ଚଳରେ ଚାଲିଥିବା ବେଆଇନ କୁକୁଡ଼ା ଖେଳ ଉପରେ ପୁଲିସ ଅତର୍କିତ ଚଢ଼ାଉ କରିଥିବାର ଖବର ମିଳିଛି । ଏଠାରୁ ୨ଟି ଚାରି ଚକିଆ ଗାଡି, ବହୁ ବାଇକ ଜବତ କରିବା ସହ ୩୬ ଜଣ ଜୁଆଡ଼ିଙ୍କୁ ପୁଲିସ ଗିରଫ କରିଛି । ଏହା ବ୍ୟତୀତ ପୁଲିସ ୩୬ ହଜର ୧୯୦ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତର ପତ୍ରାଟୋଲିରେ ବେଆଇନ କୁକୁଡ଼ା ଲଢେଇ ଚାଲିଥିବା ଖବର ପାଇ ଗତକାଲି ସନ୍ଧ୍ୟାରେ ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀଙ୍କ ନିର୍ଦେଶରେ ରାଜଗାଙ୍ଗପୁର ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ସଦଳବଳେ ସାଦା ପୋଷାକରେ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ । କୁକୁଡ଼ା ଲଢେଇରେ ସାମିଲ ଥିବା ୩୬ ଜଣଙ୍କୁ ପୁଲିସ କାବୁ କରିଥିବା ବେଳେ ସେଠାରୁ ଏକ କାର ଓ ବୋଲେରୋ ଜବତ କରିବା ସହ ୧୧ଟି ମୋଟର ସାଇକେଲ, ୨୮ଟି ମୋବାଇଲ ଓ ୬ଟି କୁକୁଡ଼ା ଜବତ କରିଛି । ଏହାଛଡ଼ା ୩୬ ହଜାର ୧୯୦ ଟଙ୍କା ଜବତ ହୋଇଥିବା ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.