pakka

ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ବେଆଇନ୍ କରତକଳ ଉପରେ ଚଢାଉ

ବାଲିପାଟଣା : ବାଲିପାଟଣା ବନାଞ୍ଚଳ ଅଧିନ ସରିପୁର ଏବଂ ଡେଙ୍ଗଠାରେ ଥିବା ୨ଟି କରତକଳ ଉପରେ ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛି । ଏହା ସହ ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଭଳି ବହୁ ମୂଲ୍ୟବାନ୍ କାଠ ମଧ୍ୟ ଜବତ ହୋଇଛି । ବାଲିପାଟଣା ବନାଞ୍ଚଳ ଅଧିନରେ ଅନେକ ବେଆଇନ୍ କରତକଳ ଗଢି ଉଠିଛି । ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଚଢାଉ ବେଳେ ପୋଲିସ୍ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.

four × 3 =