pakka

ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଗୋଆ ଗସ୍ତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେ ୨୦ ଓ ୨୧ ଦୁଇ ଦିନ ଧରି ଗୋଆର ସାଗ କମ୍ପାଲ ଇନ୍‌ଡୋର ଷ୍ଟାଡିୟମରେ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବା ପାଇଁ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ର ୭ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । କରାଟେ ଅର୍ଗାନାଇଜେସନର ସମ୍ପାଦକ ତଥା ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏହି ଖେଳାଳିମାନେ ଆଜି ଗୋଆ ଅଭିମୁଖେ ଯାତ୍ରା କରିଛନ୍ତି । ଏଥିରେ ବାଳିକା ବିଭାଗରେ ସମୀକ୍ଷା ସମୃଦ୍ଧି ଷଡଙ୍ଗୀ, ସ୍ୱସ୍ତିକା ପାଢି, ସ୍ନେହା ଫରିକର, ହେମାଳିନୀ ହୋତା ଓ ବାଳକ ବିଭାଗରେ ମିଥିଲେଶ ବେହେରା, ସର୍ବେଶ୍ୱର ପୋଡ ଓ ସୁବାଶିଷ ପାଣିଗ୍ରାହୀ ସମସ୍ତେ ଉଭୟ ଫାଇଟିଂ ଓ କାତା ବିଭାଗରେ ଭାଗ ନେବେ ବୋଲି କୋଚ ଅସୀମ ଭୋଇ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

three × five =