କାର୍‌ ବାଇକ୍‌ ମୁହାଁମୁହିଁ ଧକ୍କା : ବ୍ରିଜ ତଳକୁ ଖସିଗଲା କାର୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅପରାହ୍ନ ୩ଟା ସମୟରେ ପଦ୍ମପୁର-ପାଟଣାଗଡ଼ ରାସ୍ତା ରଜାପଡା ବ୍ରିଜ ପାଖରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ମୁତାବକ କାର୍‌ ଚାଳକ ପାଟଣାଗଡ ପଟୁ ପଦ୍ମପୁର ପଟକୁ ଯାଉଥିବା ବେଳେ ସେହି ସମୟରେ ପଦ୍ମପୁର ପଟୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ବାଇକ ଚାଳକ ଗୁରୁତର ହୋଇ ପଡ଼ିଥିବା ବେଳେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଗୁରୁତର ବ୍ୟକ୍ତିଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣି ଥିଲେ । ପରେ ପଦ୍ମପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

two × three =