ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ୍‌ : ଥାନାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଂଚଳରେ ଥିବା ଚକାଡୋଳା ମୋବାଇଲ ଦୋକାନକୁ ଆସି କିଛି ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟି ନେଇଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ମୋବାଇଲ ଦୋକାନ ମାଲିକ ଦୟାସାଗର ମହତୋ (୩୫ ) ଶନିବାର ଦିନ ୧୧.୩୦ରେ ତାଙ୍କ ଦୋକାନରେ ବସିଥିବା ସମୟରେ ବାଦୀପଡା ଗ୍ରାମର ଲକି ସାହୁ ଏବଂ ତା’ ସହିତ ଆସିଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଦୋକାନକୁ ଆସି ତାଙ୍କୁ ପ୍ରବଳ ମାଡ଼ ମାରି ଦୋକାନରେ ଥିବା କମ୍ପ୍ୟୁଟରକୁ ଭାଙ୍ଗିଦେଇ ୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଅଭିଯୋଗ ହେବା ପରେ ପୋଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ତଦନ୍ତ କରି ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଥାନାରେ ଅଟକ ରଖି ଅଧିଖ ପଚରା ଉଚୁରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.

fourteen − three =