ନିଆଁ ଲାଗି ଜଳିଗଲା ବସ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ବସ (ନଂ ଓଆାର ୦୫ଇ୨୨୬୫)ରେ ନିଆଁ ଲାଗି ଜଳିଯାଇଥିବା ସୂଚନା ମିଳିଛି । ବସରେ ନିଆଁ ଲାଗିଥିବା ଖବର ପାଇ ସଚିବାଳୟ ଅଗ୍ନିଶମ ବାହିନୀ ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମିଳିତ ଭାବେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ଘଟି ନଥିବା ଜଣାପଡିଛି ।

Leave A Reply

Your email address will not be published.