pakka

ଶୈଳ କୁମାରୀ ଦେବତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମରେ ସ୍ୱର୍ଗତ ଶୈଳ କୁମାରୀ ଦେବତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗ୍ରାମ ରାସ୍ତାରେ ବୃକ୍ଷ ରୋପଣ କରାଯାଉଛି । ଗଙ୍ଗାଶ୍ରାଦ୍ଧ ଅବସରରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ସ୍ୱର୍ଗତଃ ଶୈଳ କୁମାରୀ ଦେବତାଙ୍କ ଦୁଇ ପୁଅ ଅନନ୍ତ କୁମାର ଦେବତା ଓ ଅଭୟ କୁମାର ଦେବତାଙ୍କୁ ମାଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଦୁଇଟି ବଉଳ ଚାରା ପ୍ରଦାନ କରିଥିଲେ । ପରିବାର ତରଫରୁ ଗ୍ରାମ ରାସ୍ତାରେ ସ୍ୱର୍ଗତଃ ଶୈଳ କୁମାରୀ ଦେବତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.

two × four =