jayashree

ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ପକ୍ଷରୁ ବୃକ୍ଷ ରୋପଣ

  • କଣ୍ଠ ଶିଳ୍ପୀ ତପୁ ମିଶ୍ର ଓ ଦିବଙ୍ଗତ ସାମ୍ବାଦିକମାନଙ୍କୁ ଶ୍ରଦ୍ଧାଞ୍ଜଳୀ
    ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ୍) ପକ୍ଷରୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଅଂଗ ଡ୍ୟାମ କଡ଼ରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଛି । ସଂଘର ସଭାପତି ରବି ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପ୍ରଥମେ କରୋନାରେ ପ୍ରାଣ ହରାଇଥିବା ଦିବଙ୍ଗତ କଣ୍ଠ ଶିଳ୍ପୀ ତପୁ ମିଶ୍ର ଓ ଦିବଙ୍ଗତ ସାମ୍ବାଦିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ପ୍ରଥମ ବୃକ୍ଷଟି ତପୁ ମିଶ୍ରଙ୍କ ସ୍ମୃତିରେ ରୋପଣ କରାଯାଇଥିଲା । ସଂଘ ପକ୍ଷରୁ ଜନସାଧାରଣଙ୍କୁ ଅକସିଜେନ ଯୋଗାଇବା, ଜନସାଧାରଣଙ୍କୁ ସାମାଜିକ ବନୀକରଣ ପାଇଁ ଉତ୍ସାହିତ କରିବା ଓ ଅଂଗ ଡ୍ୟାମ ପାର୍ଶ୍ଵରେ ଏକ ପିକନିକ ସ୍ଥଳରେ ପରିବର୍ତନ କରିବା ଲକ୍ଷ୍ୟ ନେଇ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଆୟୋଜିତ କରାଯାଇଛି । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଐତିହ୍ୟ ସ୍ଥଳୀ ଓ ଦେବାଦେବୀ ପୀଠ ସ୍ଥଳୀଗୁଡ଼ିକରେ ଏହି ଲକ୍ଷ୍ୟ ନେଇ ସଂଘର ସମସ୍ତ ବ୍ଲକ୍ ୟୁନିଟ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବୃକ୍ଷ ରୋପଣ ଜାରି ରଖିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି କାର୍ୟ୍ୟକ୍ରମକୁ ଜାବର ଗାଇସିଲେଟ ୟୁନିଟ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସରପଞ୍ଚ, ଗାଇସିଲେଟ ରେଞ୍ଜ ବନ ବିଭାଗ ଓ ଡ୍ୟାମ କର୍ମଚାରୀ ସହଯୋଗ କରିଥିଲେ । ଆଜିର ସମସ୍ତ କାର୍ୟ୍ୟକ୍ରମରେ ଜାବର ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଯୁଗ୍ମ ସମ୍ପାଦକ ସଞ୍ଜୀବ ପୁରୋହିତ, କୋଷାଧ୍ୟକ୍ଷ ହେମନ୍ତ ନାୟକ, ଅଫିସ୍ ସମ୍ପାଦକ ବଦ୍ରି ପ୍ରସାଦ ସାହୁ, ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ, ଥାନା ଅଧିକାରୀ ସୁଷମା କୁଅଁର, ସରପଞ୍ଚଙ୍କ ପ୍ରତିନିଧି ଭରତ ଦାଶ, ଦେବଦତ୍ତ କ୍ଲବର ସଂପାଦକ କାହ୍ନୁ ଚରଣ ମାଝି, ଫରେଷ୍ଟ ଗାର୍ଡ ଦେବେନ୍ଦ୍ର ପ୍ରଧାନ, ଜାବର ସଦସ୍ୟ ସଚ୍ଚିଦାନନ୍ଦ ପାତ୍ର, ରଞ୍ଜିତ ଦାଶ, ଜୟସିଂହ ପ୍ରଧାନ, ଦୁର୍ଗା ପ୍ରସାଦ ତ୍ରିବେଦୀ, ଝାସକେତନ୍ ସାହୁ, ଶିବ ବିଶ୍ୱାଳ, ରିଙ୍କୁ ଦେବତା, ରଙ୍କମନି ସାହୁ, ପ୍ରଭାକର ଦାଶ, ବିନାୟକ ଗୁରୁ, ବଳରାମ ବାଗ, ମନୋଜ ଭୋଇ, ଭୀମ ଦୁବସାଗର, ନୀଳକଣ୍ଠ ଦୀପ, ବନ ବିଭାଗର ନିତ୍ୟାନନ୍ଦ କୁମ୍ଭାର, ଦାମୋଦର ବିଶ୍ଵାଳ, ଗ୍ରାମ୍ୟ କମିଟିର ବେଦପତି ମଟାରୀ, ବିଜୟ ବାଗ ପ୍ରମୁଖ ସାମିଲ ହୋଇଥିଲେ ।
Leave A Reply

Your email address will not be published.