oom

ବଡଙ୍ଗୋମୁଣ୍ଡାରେ ବୃକ୍ଷ ରୋପଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବେଶର ସନ୍ତୁଳନ ପାଇଁ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଗୁଡି ବଡଙ୍ଗୋମୁଣ୍ଡା, ବ୍ଲକ ଗୁଡଭେଲା ଅନୁକୁଲ୍ୟରେ ପରିବେଶର ସନ୍ତୁଳନ ପାଇଁ ଗ୍ରାମର ଲୋକମାନେ ବୃକ୍ଷ ରୋପଣ କରିଛନ୍ତି । ସଂକୃତିର ଅଂଶବିଶେଷ ପ୍ରକୃତିର ପୂଜକ ସ୍ୱରୂପ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ବୃକ୍ଷର ମହନୀୟତାକୁ ଦୃଷ୍ଟିରେ ରଖି ବଡଦେଓ ଗୁଡି ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି । ବୃକ୍ଷର ବହୁବିଧ ଉପକାରିତା ଓ ଯତ୍ନ ବିଷୟରେ ମୁଖ୍ୟ ଅତିଥି ରେଞ୍ଜ ଅଫିସର ଗଣେଶ ମାଝୀ ସୂଚନା ଦେଇଥିବା ବେଳେ ବୃକ୍ଷ ରୋପଣ ସହିତ ଜଙ୍ଗଳ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସମ୍ମାନିତ ଅତିଥି ମୀନକେତନ ମାଝୀ ଅନୁଷ୍ଠିତ ସଚେତନ ସଭାରେ ଗୁରୁତ୍ୱ ଦେଇଥିଲେ । ଚାରା ସମୁହକୁ ପୂଜା ଅର୍ଚ୍ଚନା କରି ମହିଳା ଓ ଛୋଟ ଛୁଆ ମାନଙ୍କୁ ଚାରା ଅର୍ପଣ କରାଯାଇ ଯତ୍ନ ନେବା ପାଇଁ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଡିର ପରିଚାଳକ ମୀନକତେନ ଭୋଇଙ୍କ ତତ୍ୱାବଧାନରେ, ପୂଜକ ବିପିନ ବିହାରୀ ଭୋଇ, ଉପଦେଷ୍ଟା ଘାସିରାମ ଭୋଇ ସମେତ ଶଙ୍କର ମାଝୀ, ଧନଞ୍ଜୟ ଭୋଇ, ଜରୀଲାଲ ଭୋଇ, କେନ୍ଦାଲୁ ପୁଟା, ଶତୃଘ୍ନ ରାଏ, ରାମଚନ୍ଦ୍ର ଭୋଇ, ପ୍ରଶନ୍ନ ପାତ୍ର, ଡୁଲେଶ୍ୱରୀ ଭୋଇ, ସୁମୀ ଭଭୋଇ, ରୀନା ଭୋଇ, ସତ ଭୋଇ, ହେମନ୍ତ ଭୋଇ, ଟଙ୍କ ଭୋଇ, ଦୀପା ଭୋଇ, ଆଲୋକ ଭୋଇ, ବୁଲୁ ମଲ୍ଲୀକ, ସଞ୍ଜୁ ଭୋଇ, କୁଞ୍ଜ ଭୋଇ, ନିତେଇ ଭୋଇ, ସୁକାନ୍ତୀ ଭୋଇ, ମୁନା ପୁଟା, ପ୍ରମୁଖ ଅଶଂ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.