ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜୁ ଜନତା ଦଳ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ପ୍ରେରଣାରେ ବିଧାୟକଙ୍କ ପ୍ରତିନିଧି ଗଣେଶ କୁମ୍ଭାରଙ୍କ ନେତୃତ୍ୱରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଲପଡା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଅଧ୍ୟକ୍ଷା ସୁଶ୍ରୀ କୁମ୍ଭାର ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଏବଂ ସବୁଜ ବିପ୍ଳବର ବାର୍ତ୍ତା ଯୋଗାଇଥିଲେ । ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ଯୋଧନ କୁମ୍ଭାର ଯୋଗଦାନ କରିଥିଲେ । ନୁନହାଡ ସରପଞ୍ଚ ବିଲାସୀନୀ ମେହେର, ସରମୁହାଣ ସରପଞ୍ଚଙ୍କ ସ୍ୱାମୀ ଗୋକୁଳ ନାଗ, ବିଜେଡି ନେତା ମୁନା ମେହେର, ଗଣେଶ ମେହେର, କୁନା ମହାଖୁଡ, ଗଣେଶ ଥାର୍ଟି, ପିତ ଗଡତ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
