csstore

ସଇଁତଲା ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ତମ ବୃକ୍ଷ ରୋପଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଶୁକ୍ରବାର ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ତାଳୁକ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସଇଁତଲା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଭାଗ୍ୟଶ୍ରୀ ପତି ଯୋଗଦାନ କରି ବୃକ୍ଷ ରୋପଣର ଶୁଭାରମ୍ଭ କରିବା ସହିତ ଛାତ୍ରୀମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ । ଏଥିରେ ସଇଁତଲା ବନ ବିଭାଗ ରେଞ୍ଜର ସଂଘମିତ୍ରା ଭୋଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାର ଉପସ୍ଥିତ ରହି ସମସ୍ତେ ଗଛ ଲଗାଇବା ସହିତ ଛାତ୍ରୀମାନଙ୍କୁ ଶପଥ ପାଠ କରିଥିଲେ । ଏଥିରେ ଫରେଷ୍ଟର ଆଶୁତୋଷ ମହାକୁର, ସୁନୀଲ ପୁଟା, ଧର୍ମେନ୍ଦ୍ର ରାୟ, ଆଇନଜୀବୀ ଯୁବରାଜ ରଣା, ମାନସ ରଣା, ଦେବାଶିଷ ସେଠ, ମାନସ ରଞ୍ଜନ ପୃଷେଠ, ଜ୍ୟୋସ୍ନାରାଣୀ ବାଗ, କିରାଣୀ କିରଣ ବାଗ, ଫରେଷ୍ଟ ଗାର୍ଡ ସତ୍ୟନାରାୟଣ ପ୍ରଧାନ, ଛନ୍ଦାଚରଣ ଯାନୀ (ଚିଣ୍ଟୁ), ରମେଶ ଧରୁଆ, ପ୍ରଜ୍ଞା ମହାରଣା, ମଧୁସ୍ମିତା ବେହେରା, ସତ୍ୟ ଛତ୍ରିଆ, ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ତ୍ରିପାଠୀ, ବୀଣାପାଣି ନନ୍ଦ, ରଂଜିତା ମିଶ୍ର, ପଦ୍ମାଳୟା ତ୍ରିପାଠୀ, ସନ୍ଧ୍ୟା ମିଶ୍ର, ବନିତା ପ୍ରଧାନ ଶିକ୍ଷକ ବ୍ରହ୍ମା ଭୋଇ, ନିପନ ନାଏକ ଓ ବାସୁଦେବ ସୁନାନୀ ପ୍ରମୁଖଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପାରା ଷ୍ଟାଫ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ ।

jayashree
Leave A Reply

Your email address will not be published.