pakka

କାର୍ତ୍ତିକ ହବିଷ୍ୟାଳୀ ବ୍ରତ

kalikesh

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର କାର୍ତ୍ତିକ ମାସରେ ରାଇଦାମୋଦର (ହବିଷ)ବ୍ରତ କରିବାକୁ ହବିଷ୍ୟାଳୀମାନେ ପୁରୀ ଆସିଥାନ୍ତି । ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀମାନଙ୍କ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା ବ୍ୟବସ୍ଥା, ଖାଇବା ଇତ୍ୟାଦିର ସୁବନ୍ଦୋବସ୍ତ ବିଗତ ବର୍ଷମାନଙ୍କରେ କରାଯାଇଥିଲା । ତେବେ କରୋନା ପାଇଁ ଗତ ଦୁଇ ବର୍ଷ ଏହି ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ହବିଷ୍ୟାଳୀ ମା’ମାନଙ୍କ ପାଇଁ ପୁନଶ୍ଚ ଏହାର ବ୍ୟବସ୍ଥା କରାଯାଇଛି । ପୁରୀରେ ହବିଷ୍ୟାଳୀ ବ୍ରତ ପାଳନ କରିବା ପାଇଁ ଆଗ୍ରହୀ ହବିଷ୍ୟାଳୀ ମା’ମାନେ ଆବେଦନ କରିପାରିବେ । ସୂଚନା ଯୋଗ୍ୟ ଯେ, ଚଳିତ ମାସ ସେପ୍ଟେମ୍ବର ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ www.puri.nic.in ସାଇଟରୁ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ [email protected] ରେ ଅନଲାଇନ ବା ଅଫଲାଇନ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ ।ଦରଖାସ୍ତକାରୀଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନର ଠିକଣା, ଯୋଗାଯୋଗ ନମ୍ବର ବା ମେଲ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟ ପତ୍ର ନମ୍ବର, ଆବେଦନ ପତ୍ରରେ ଗୋଟିଏ ଓ ଅନ୍ୟ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ । ଆବେଦନକାରୀ ଡବଲ ଡୋଜ୍‌ କୋଭିଡ ଟୀକା ନେଇଥିବା ଜରୁରୀ ଅଟେ ।

pp
Leave A Reply

Your email address will not be published.

15 + thirteen =