ଗ୍ରୀଷ୍ମରେ ଭୀମଡୁଙ୍ଗୁରି ପର୍ଯ୍ୟଟନକ୍ଷେତ୍ରରେ ବୋଟିଂର ମଜାନେଉଛନ୍ତି ପର୍ଯ୍ୟଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜିଲ୍ଲା ଦେଓଗାଁ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ହୋଇଚାଲିଛି । ରାଜ୍ୟସରକାରଙ୍କ ଜଙ୍ଗଲବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଅନେକଗୁଡିଏ ଉନ୍ନୟନ କାମ ଚାଲିଛି । ସେଥିମଧ୍ୟରେ ଭୀଢମପାହାଡର ଗୁମ୍ଫାମାନଙ୍କୁ ପାହାଚ ନିର୍ମାଣ, ବିଦ୍ୟୁତିକରଣ, ପାନୀୟ ଜଳର ସୁବିଧା, ଗେଷ୍ଟ ହାଉସ ଇତ୍ୟାଦି କାମ ସରିଯାଇଛି । ତେବେ ଏଠାରେ ସବୁଠୁ ଆକର୍ଷଣୀୟ ହୋଇଛି ଭୀମକଟାରେ ପେଡାଲ ବୋଟିଂ । ଗତ ୩ ବର୍ଷ ତଳେ ଭୀମପାହାଡର ପାଦଦେଶରେ ଥିବା ୨୦ ଏକର ବିଶିଷ୍ଟ ଭୀମକଟାର ଉନ୍ନତିକରଣ କରାଯାଇଥିଲା । ଏଠାରେ ଆହୁରି କାମ ବାକି ରହିଛି । ତେବେ ଜଙ୍ଗଲବିଭାଗ ତରଫରୁ ଗତମାସରେ ପର୍ଯ୍ୟଟକଙ୍କ ପାଇଁ ଏଠାରେ ବୋଟିଂର ସୁବିଧା ଉପଲବ୍ଧ କରାଯାଇଛି ଯାହାକି ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିର୍ତ କରୁଛି । ଗ୍ରୀଷ୍ଣଋତୁରେ ବୋଟିଂର ମଜା ନେଇ ସହିତ ଲୋକେ ଏଠାରେ ଗାଧୋଉଛନ୍ତି ମଧ୍ୟ । ଆଜି ଠାରୁ ଏଠାରେ ଅଷ୍ଟମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଲାଗିରହିଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ବନବିଭାଗର କର୍ମଚାରୀମାନେ ରହି ଲୋକଙ୍କଠାରୁ ଟିକେଟ କାଟି ଲାଇଫଜାକେଟ ଦେଇ ବୋଟିଂ କରାଉଛନ୍ତି । ଭିଡକୁ ଆଖି ଆଗରେ ରଖି ତୁଷୁରା ପୋଲିସ ଆଇଆଇସିଙ୍କ ଅନୁରୋଧକ୍ରମେ ଏଠାରେ ଓଡ୍ରାଫର ଦୁଇଜଣ ଷ୍ଟାଫଙ୍କୁ ମଧ୍ୟ ମୁତୟନ କରାଯାଇଛି । ବଲାଙ୍ଗିର ସହରଠାରୁ ମାତ୍ର ୧୮କି.ମି. ଦୂରରେ ଏହି ପର୍ଯ୍ୟଟନସ୍ଥଳି ଥିବାରୁ ଏଠାକୁ ଯିବାକୁ ଲୋକଙ୍କ ଆଗ୍ରହ ମଧ୍ୟ ବଢୁଛି । ଏଠାରେ ଛୋଟବଡ ୪ଟି ବୋଟର ବ୍ୟବସ୍ଥା କରାଯାଇଥିବା ବଲାଙ୍ଗିର ରେଞ୍ଜର କେସବକିଶୋର ନାଏକ କହିଛନ୍ତି ।

Leave A Reply

Your email address will not be published.

12 + twelve =