csstore

ମନିଗାଁ ଗ୍ରାମ ପଞ୍ଚାୟତର ଆବାସ ଯୋଜନା ପ୍ରଦାନରେ ମହାଦୁର୍ନୀତି ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼,( ସଞ୍ଜୟ କୁମାର ନାୟକ) ; ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ଗ୍ରାମ ପଞ୍ଚାୟତର ଆବାସ ଯୋଜନା ବଣ୍ଟନରେ ମହା ଦୁର୍ନୀତି ଅଭିଯୋଗ କରି ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ସିବିଆଇ ତଦନ୍ତ ଦାବି କରି ବସିଛନ୍ତି ମନିଗାଁ ଗ୍ରାମର ଆଦିତ୍ୟ ସାହୁ।

ପୁର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଆଦିତ୍ୟଙ୍କ ନାମ ଥିବା ବେଳେ ୨୦୨୦-୨୧ ବର୍ଷରେ ତାଙ୍କ ଘରୋଇ ସମସ୍ୟା ଯୋଗୁଁ ନିର୍ମାଣ କରିପାରିବି ନାହିଁ ମତେ ଆଗାମୀ ବର୍ଷରେ ଏହି ଯୋଜନା ପ୍ରଦାନ କରାଯାଉ ବୋଲି ଲିଖିତପତ୍ର ମଧ୍ୟ ରଖିଛନ୍ତି। ଦୁଇବର୍ଷ ବିତି ଯାଇଥିଲେ ହେଁ ତାଙ୍କୁ ଏହି ଆବାସ ଯୋଜନାରେ ସାମିଲ ନ କରିବା ଯୋଗୁଁ ଏହି ଧାରଣାରେ ବସି ମତେ ନ୍ୟାୟ ମିଳୁ ଏବଂ ମନିଗାଁ ଗ୍ରାମ ପଞ୍ଚାୟତରେ ବହୁତ ଦୁର୍ନୀତି ହୋଇଛି ତାହାର ସିବିଆଇ ତଦନ୍ତ ଦାବି ହେଉ ବୋଲି କହୁଛନ୍ତି।

jayashree
Leave A Reply

Your email address will not be published.