oom

କୋକଡୁଙ୍ଗୁରୀ ଠାରେ ବିଜେପିର ସାଂଗଠାନିକ ସଭା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀ ଠାରେ ଭାରତୀୟ ଜନତା ପାର୍ଟି ଗଁରେଇ ମଣ୍ଡଳର ସଭାପତି ମହାଦେବ ଶାହାଣୀଙ୍କ ସଭାପତିତ୍ୱରେ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଦିବସ ଏବଂ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସାଂଗଠନିକ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲା ସଭାପତି ଶିବାଜୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ବାଗ, ଜିଲା ଉପସଭାପତି ତଥା ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା, ମୁରିବାହାଲ ମଣ୍ଡଳ ସଭାପତି ସୁରେଶ ଭୋଇ, ହଳଦୀ ମଣ୍ଡଳ ସଭାପତି ଇଶ୍ୱର ପୁଟେଲ, ଜିଲା ସଦସ୍ୟ ସୁରେଶ ଚନ୍ଦ୍ର ନେଉରା, ଧୁବଲେଶ୍ୱର ଲୁହା ପ୍ରମୁଖ ମଂଚାସୀନ ହୋଇ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ବିଜେପି ସଂଗଠନର କିପରି ସାଂଗଠାନିକ କାର୍ଯ୍ୟ ଏବଂ ଏକ ସପ୍ତାହ ମଧ୍ୟରେ ମୋର୍ଚ୍ଚା ଗୁଡିକର କମିଟୀ ଗଠନ କରାଯିବ, ତାଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସାଧାରଣ ସଂପାଦକ ପଦ୍ମନାଭ ସାହୁ ସଭା ସଂଯୋଜନା କରିଥିଲେ ସଂପାଦକ ପ୍ରଦୀପ ବଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତେ କୋଭିଡ-୧୯ ନିୟମକୁ ପାଳନ କରି ସାମାଜିକ ଦୂରତା ରକ୍ଷା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଗଁରେଇ ବିଜେପି ମଣ୍ଡଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.