pakka

ୱାର୍ଡ ବୃଦ୍ଧି ପାଇଁ ଦାବୀ କଲେ ବିଜେପି ପ୍ରତିନିଧି ଦଳ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୧ ୱାର୍ଡ ବିଶିଷ୍ଟ ଏକ ବହୁ ପୁରାତନ ବିଜ୍ଞାପିତ ଅଞ୍ଚଳ ଅଟେ, କ୍ରମଶଃ ଏହାର ଜଣ ସଂଖ୍ୟା ତଥା ବସ୍ତି ଅଞ୍ଚଳ ବିସ୍ତାରିତ ହେବାକୁ ଲାଗୁଥିବା ବେଳେ ବର୍ତ୍ତମାନ ଯାଏ ଏହାର ୱାର୍ଡ ସଂଖ୍ୟା ବୃଦ୍ଧି ହୋଇ ପାରି ନାହିଁ ଯାହା ଫଳରେ କିଛି ୱାର୍ଡର ବିକାଶ ମଧ୍ୟ ପ୍ରଭାବିତ ହେଉଅଛି ଏଣୁ ଆସନ୍ତା ଏନ.ଏ.ସି. ନିର୍ବାଚନ ଆଗରୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ସଂଖ୍ୟା ବୃଦ୍ଧି ସହ ଜଣ ସଂଖ୍ୟା ବହୁଳ ୱାର୍ଡମାନଙ୍କୁ ଯଥା ୱାର୍ଡ ନମ୍ବର ୦୧,୦୨,୦୭,୦୮,୧୦,୧୧ ଆଦିକୁ ବିଭାଜିତ କରି ନୂତନ ୱାର୍ଡ ନିର୍ମାଣ କରିବା ପାଇଁ ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ବରଗଡ଼ ଏଡିଏମ୍‌ ତଥା ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ ଅନୁଯାୟୀ ୱାର୍ଡ ବିଭାଜନ ଦ୍ୱାରା ବିକାଶର ଗତି ଆହୁରି ତୀବ୍ର ହେବା ସହ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଲୋକେ ସୁବିଧା ଓ ସହଜରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମାନଙ୍କର ଲାଭ ନେଇ ପାରିବେ । ଏହି ପ୍ରତିନିଧି ଦଳରେ ଓଡିଶା ରାଜ୍ୟ ଯୁବମୋର୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ବରଗଡ଼ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ ବରିଷ୍ଠ ନେତା ଡା. ଶ୍ରୀକାନ୍ତ ପାଣିଗ୍ରାହୀ, ସୁନୀଲ ଅଗ୍ରୱାଲ, ଅଶୋକ ମିଶ୍ର, ଏଡ଼ଭୋକେଟ ଆଦିତ୍ୟ ରଥ, ଡା. ନାରାୟଣ ପୁରୋହିତ, ହରି ସିଂ, ଜୋସ୍ନାରାଣୀ କର, ସୁବାଷ ପତ୍ର, ପ୍ରତାପ ନାଥ, ନରୋତ୍ତମ ପଧାନ, ପିଣ୍ଟୁ ପାଢ଼ୀ, ପ୍ରମୋଦ ମେହେର, କୁନାଲ ପାଣିଗ୍ରାହୀ, ମାଣ୍ଟି ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା, ନିତେଶ ବାଗ, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one × 2 =

error: Content is protected !!