csstore

ବଲାଙ୍ଗିର ପୌର ପରିଷଦ ନିର୍ବାଚନରେ ବିଜେଡ଼ିର ବିଜୟ ପ୍ରବାହ ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ନିର୍ବାଚନରେ ବିଜେଡ଼ି ବାଜିମାତ୍‌ କରୁଥିବା ଦେଖିବାକୁ ମିଳିଛି । ପୌରାଧ୍ୟକ୍ଷ ଆସନରେ ବିଜେଡ଼ି ପ୍ରାର୍ଥିନୀ ଲିକା ସାହୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦୦୦ ଭୋଟରେ ଆଗୁଆ ରହିଥିବା ବେଳେ କାଉନ୍‌ସିଲର୍‌ ଭାବେ ୧ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥିନୀ ସସ୍ମିତା ନନ୍ଦ, ୨ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥିନୀ ସରିତା ଦାଶ, ୩ନଂ. ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ରଜନୀ ବନ୍‌ଛୋର୍‌, ୪ନଂ. ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ଅରବିନ୍ଦ ପରୁଆ, ୫ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥୀ ଲଲାଟେନ୍ଦୁ ପଟ୍ଟନାୟକ ଏବଂ ୬ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟ ବିଜୟୀ ହୋଇଥିବା ବେଳେ ୭ ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ଶମ୍ଭୁ ନାଗ, ୮ ନଂ ୱାର୍ଡରୁ ବିଜେଡି ପ୍ରାର୍ଥିନୀ ନନ୍ଦିନୀ ପୋଢ, ୯ ନଂ ୱାର୍ଡରୁ ବିଜେଡି ପ୍ରାର୍ଥିନୀ ପ୍ରେମଲତା ନାଏକ, ୧୦ ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ କିଶୋର କୁମ୍ଭାର, ୧୧ ନଂ ୱାର୍ଡରୁ କଗ୍ରେସ ପ୍ରାର୍ଥୀ ପ୍ରଦୀପ ମିଶ୍ର, ୧୨ ନଂ ୱାର୍ଡରୁ କଂଗ୍ରେସ ପ୍ରାର୍ଥିନୀ ଅଞ୍ଜଳି ସାହୁ ଓ ୧୩ ନଂ ୱାର୍ଡରୁ ବିଜେଡି ପ୍ରାର୍ଥିନୀ ଇସ୍ମିତା ଇରା ଖାନ୍‌ ବିଜୟୀ ହୋଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.