oom

କାଳିପଲ୍ଲୀ ପଞ୍ଚାୟତର ବିଜେଡି ସମର୍ଥିତ ଏନ୍.ତେଜସ୍ୱିନୀଙ୍କ ପ୍ରଚାର ଜୋର ସୋର ଅଭିଯାନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଳକ୍ କାଳିପଲ୍ଲୀ ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଜୋର ସୋରରେ ଚାଲିଛି । ସରପଞ୍ଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ ଓ ସମିତିସଭ୍ୟ ପ୍ରାର୍ଥୀ ଏସ୍‌. ରମେଶ ଘର ଘର ବୁଲିବା ସହ ରାଲି, ସଭାସମିତି ଜାରୀ ରଖି ବାବେଳେ ବିଜେଡି ସମର୍ଥୀତ ଏହି ପ୍ରାର୍ଥୀଙ୍କ ପ୍ରତି ଅନେକ ମାତ୍ରାରେ ଭୋଟର ପ୍ରଭାବିତ ହୋଇଥିବା ଜଣାଯାଇଛି । ବାରମ୍ବାର ଘର ଘର ବୁଲି ଶ୍ରୀମତୀ ଏନ୍.ତେଜସ୍ୱିନୀ ଭୋଟରଙ୍କ ସହ ପ୍ରୀତିଭାଜନ ହୋଇ ଆସିଛନ୍ତି । ସେହିପରି ସମିତି ସଭ୍ୟ ପ୍ରାର୍ଥୀ ରମେଶ ମଧ୍ୟ ମିଳିତ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ସରପଂଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଏସ୍‌. ରମେଶ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ କାଳିପଲ୍ଲୀ ଗ୍ରାମ ପଞ୍ଚାୟତରେ ହୋଇଥିବା ବ୍ୟାପକ ଦୁର୍ନିତି ତଥା ରାଜ୍ୟ ସରକାରଙ୍କ ଯୋଜନା ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ବଦଳରେ ବାଟମାରଣା କରାଯାଉଥିବା ବିଷୟରେ କହିଛନ୍ତି ସରପଞ୍ଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ । ପଞ୍ଚାୟତବାସୀଙ୍କ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ । ଏହା ସହିତ ଲୋକଙ୍କ ବିଭିନ୍ନ ପ୍ରସଙ୍ଗକୁ ଯୋଡିକରି ଭୋଟରଙ୍କ ନିକଟରେ ପହଞ୍ଚାଉଛନ୍ତି, ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ତେଜସ୍ୱିନୀ । ୧୨ଟି ୱାର୍ଡକୁ ନେଇ ଗଠିତ କାଳିପଲ୍ଲୀ ପଂଚାୟତକୁ ସମୃଦ୍ଧ, ବିକଶିତ ତଥା ଆଦର୍ଶ ଗ୍ରାମପଞ୍ଚାୟତ କରିବାକୁ ଦୃଢ଼-ଶପଥ କରି ଭୋଟଙ୍କୁ ପ୍ରଭାବିତ କରିବାରେ ବିବ୍ରତ ହୋଇ ନିର୍ବାଚନ ଲଢୁଥିବା ସରପଞ୍ଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ କହିଛନ୍ତି । ତାଙ୍କ ସହିତ ସମିତି ସଭ୍ୟ ପ୍ରାର୍ଥୀ ଏସ୍‌. ରମେଶ ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି । ସରପଞ୍ଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ ଜଣେ ଶିକ୍ଷିତ ଯୁବତୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ବନ୍ଦର ଗ୍ରାମର ବି. ଲାଚ୍ଛେୟା ଯୁବ ସମାଜସେବୀ ଭାବେ ବେଶ୍ ପରିଚିତ । ସମିସସଭ୍ୟ ପ୍ରାର୍ଥୀ ଏସ୍‌. ରମେଶ ବଡପୁଟି ଗ୍ରାମର ନାଇଡୁ ଏସ୍‌. ମାଙ୍ଗେଳେୟାଙ୍କ ଜ୍ୟୋଷ୍ଠପୁତ୍ର ଅଟନ୍ତି । ଯାହା ଫଳରେ ଦିନକୁ ଦିନ ଉଭୟଙ୍କ ପ୍ରଚାର ପ୍ରସାର ଲାଗି ଗାଁମାନଙ୍କରେ ସମର୍ଥନ ବଢିବାରେ ଲାଗିଛି ।

jittmm
Leave A Reply

Your email address will not be published.