pakka

ବିଜେଡିର ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ ବିଜେଡି କାର୍ଯ୍ୟାଳୟରେ.ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପଡ଼ିଆବାହାଲ ଓ ଓଡ଼ିଆପାଲି ପଞ୍ଚାୟତର ସକ୍ରିୟ ବିଜେଡି କର୍ମକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନ ଆଉ ୫ ମାସ ଥିବାରୁ ପ୍ରତ୍ୟେକ ପଞ୍ଚାୟତରେ ବୁଥ ସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଲୋଡା ବୋଲି ବିଧାୟକ ଶ୍ରୀ ମେହେର ପରାମର୍ଶ ଦେଇଥିଲେ । ପାଟଣାଗଡ ନିର୍ବାଚନ ମଣ୍ଡଳୀର ତିନି ବ୍ଳକରେ ବ୍ଳକ ଅଧ୍ୟକ୍ଷ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ କଠିନ ଶ୍ରମ କରିବାକୁ ହେବ । ତେଣୁ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସମିତି ସଭ୍ୟ ସଭ୍ୟା ଜିତାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ବିଧାୟକ ପ୍ରତିନିଧି ପଞ୍ଚୁ ଦେବ ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 1 =