csstore

ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଭୁବନେଶ୍ଵର ସୋମ ହସପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କ ମରଶରୀର ତାଙ୍କ ଗ୍ରାମ ବାଦିକଟାରେ ପହଞ୍ଚିବା ପରେ ଗ୍ରାମବାସୀ ତଥା ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ, ଡ. ପ୍ରମୋଦ ପାଢୀ, ପ୍ରାଧ୍ୟାପକ କୃଷ୍ଣ ମୋହନ ପଣ୍ତା, ଡ. ଜୟ କେତନ ତ୍ରିପାଠୀ, ସନ୍ତୋଷ ମିଶ୍ର, ଡ. ମନୋଜ ପ୍ରଧାନ, ଡ. ସରୋଜ କୁମାର ନାଏକ, ଡ. ବିରଞ୍ଚି ସାହୁ, ଅଧ୍ୟାପିକା ପୂର୍ଣ୍ଣିମା ଦୋରା, ଡ. ତୁଷାରକାନ୍ତ ସାହୁ, ନବକୃଷ୍ଣ ମିଶ୍ର, ପ୍ରମୋଦ ଭୁଏ ପ୍ରମୁଖ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ଅଜୟ ସାହୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଡ. ସାହୁ ଥିଲେ ଜଣେ ବାଗ୍ମୀ, ସଂଗଠକ, ସୁଲେଖକ ଓ ସଂସ୍କୃତି ସମ୍ପନ୍ନ ତଥା ଛାତ୍ର ବତ୍ସଲ ଅଧ୍ୟାପକ । ତାଙ୍କୁ ଆଗାମୀ ସାହିତ୍ୟ ସଂସଦ, ପଦ୍ମପୁର, ଗୁରୁ ପ୍ରକାଶନୀ ସଂସ୍ଥା ଓ ପଦ୍ମପୁର ଉପଖଣ୍ଡ ଓଡିଆ ଅଧ୍ୟାପକ ସଂଘ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ତାଙ୍କ ଅକାଳ ବିୟୋଗ ଯୋଗୁଁ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ତାଙ୍କ ପଛରେ ପତ୍ନୀ ସାବିତ୍ରୀ ସାହୁ ଓ ଦୁଇ ପୁତ୍ର ଅଜୟ, ଲିଜିଆଳନ୍ଦଙ୍କୁ ଛାଡି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହେଉଥିଲା ।

jayashree
Leave A Reply

Your email address will not be published.