centurian jitm

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

  • ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି
  • ସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଆମର ଆର୍ଥିକ ନୀତିରେ ଏକ ମଜବୁତ ଛାପ ଛାଡିଥିଲେ : ପ୍ରଧାନମନ୍ତ୍ରୀ
  • ଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଡ. ମନମୋହନ ସିଂହ ସାଧାରଣ ପୃଷ୍ଠଭୂମିରୁ ଉଠି ଜଣେ ସମ୍ମାନିତ ଅର୍ଥନୀତିଜ୍ଞ ହୋଇଥିଲେ । ଆମର ପ୍ରଧାନମନ୍ତ୍ରୀ ଭାବରେ ଡ. ମନମୋହନ ସିଂହ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି । ସାଧାରଣ ପୃଷ୍ଠଭୂମିରୁ ଉଠି ସେ ଜଣେ ସମ୍ମାନିତ ଅର୍ଥନୀତିଜ୍ଞ ହୋଇଥିଲେ । ସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ବହୁ ବର୍ଷ ପର୍ଯ୍ୟନ୍ତ ଆମର ଆର୍ଥିକ ନୀତିରେ ଏକ ମଜବୁତ ଛାପ ଛାଡିଥିଲେ । ସଂସଦରେ ତାଙ୍କ ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ ।”
“ଯେତେବେଳେ ଡ. ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ଏବଂ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୁଁ ନିୟମିତ ଭାବରେ କଥାବାର୍ତ୍ତା କରୁଥିଲି । ଶାସନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆବେ ବିସ୍ତୃତ ଭାବରେ ଆଲୋଚନା କରୁଥିଲୁ । ତାଙ୍କର ବୁଦ୍ଧିମତ୍ତା ଏବଂ ବିନମ୍ରତା ସର୍ବଦା ଦୃଶ୍ୟମାନ ହେଉଥିଲା ।
ଦୁଃଖର ଏହି ସମୟରେ ମୋର ସମବେଦନା ଡ. ମନମୋହନ ସିଂହଙ୍କ ପରିବାର, ତାଙ୍କର ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ସହିତ ରହିଛି । ଓମ୍ ଶାନ୍ତି ।”

Leave A Reply

Your email address will not be published.