ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ନୂଆ-ଓ ଛାତ୍ରବୃତ୍ତି ବିତରଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କରାଯାଇଛି । ପୁଇଁତଲା ପଞ୍ଚାୟତ ସମିତିର ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏ ଅର୍ଥରାଶିର ଉଚିତ୍ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ନିଜ ଛାତ୍ର ସମୟର ପାଠପଢା ଓ ସମସ୍ୟାକୁ ବଖାଣିବା ସହ ଆଜିର ସମୟର ଛାତ୍ର ଜୀବନ ତୁଳନା କରି ଭଲ ମଣିଷ ହେବାକୁ କହିଥିଲେ । ଶୃଙ୍ଖଳିତ ହେବା, ଶିକ୍ଷକଶିକ୍ଷୟିତ୍ରୀ ତଥା ଗୁରୁଜନମାନଙ୍କୁ ଉଚିତ୍ ସମ୍ମାନ ଦେବା ସହ ଭଲ ପଢ଼ି, ଭଲ ମଣିଷ ହେବା ସହ ଶିକ୍ଷାନୁଷ୍ଠାନର ଉନ୍ନତିରେ ଭାଗୀଦାର ହେବାର ସଂକଳ୍ପ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ବେହେରା ସଭାର ଅଧ୍ୟକ୍ଷତା କରି ପ୍ରାପ୍ତ ଛାତ୍ର ବୃତ୍ତିକୁ ଉଚିତ୍ ବିନିଯୋଗ କରିବା ସହ ଶୃଙ୍ଖଳିତ ମଣିଷ ହେବାକୁ କହିଥିଲେ । ପ୍ରକାଶ ଯେ ଏହି ଛାତ୍ର ବୃତ୍ତି ଯୋଜନାରେ ଓଡ଼ିଶା ସରକାର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ୯୦୦୦ ଓ ୧୦୦୦୦, ଅନୁସୂଚିତ ବର୍ଗ ଛାତ୍ରଛାତ୍ରୀଙ୍କ ସକାଶେ ୧୦,୦୦୦ ଓ ୧୧୦୦୦ ଟଙ୍କା ଉଚ୍ଚ ଶିକ୍ଷା ପାଇଁ ସହାୟତା କରୁଛନ୍ତି । ଏ ଅନୁଷ୍ଠାନର ୩୮୭ ଜଣ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ । ନୋଡାଲ ଅଧିକାରୀ ଡ଼. ଅଶୋକ କୁମାର ମହାରଣାଙ୍କ ତତ୍ତ୍ଵାବଧାନରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭାକୁ ଡ଼. କୌତୁକ ପନ୍ଦର ସଞ୍ଚାଳନ କରିଥିଲେ । ଅଧ୍ୟାପକ ରାମଶଙ୍କର ମେହେର ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀବୃନ୍ଦ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

sixteen − four =