csstore

ବିଶ୍ୱକପ୍‌ ହକି ପାଇଁ ସଚେତନତା ଓ ପ୍ରତିଯୋଗିତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଗାମୀ ବିଶ୍ୱକପ ହକି ପାଇଁ ରାଜ୍ୟ ସାରା ଉତ୍ସବ ମୁଖର ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଠାରେ ବିଶ୍ୱକପ ହକି ପାଇଁ ଉତ୍ସାହ ପରିଲକ୍ଷିତ ହେଉଛି । ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ବଙ୍ଗୋମୁଣ୍ଡା ସହରକୁ ପରିକ୍ରମା କରିଥିଲେ ।ସେମାନଙ୍କ ଉଦ୍ଦେଶ୍ୟ ଥିଲା ଲୋକମାନଙ୍କ ମଧ୍ୟରେ ହକି ପାଇଁ ଉନ୍ମାଦନା ଜାଗ୍ରତ କରିବା ଓ ବିଶ୍ୱକପକୁ ଲୋକପ୍ରିୟ କରିବା । ଏଥିରେ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖା ଓ ଏନ୍‌ଏସ୍‌ଏସ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ଶୋଭାଯାତ୍ରାରେ ସାମିଲ ଥିଲେ । ଏହି ସମୟରେ ହକି ସମ୍ପର୍କରେ ବିଭିନ୍ନ ପ୍ଲାକାର୍ଡ ଧରି ପ୍ରଦର୍ଶନ କରାଯାଇଥିଲା । ହକି ପାଇଁ ପ୍ରଚାର ଓ ପ୍ରସାର ଥିଲା ମୁଖ୍ୟ ଲକ୍ଷ । ଏହି ଶୋଭାଯାତ୍ରାରେ ଯୁବ ରେଡ଼କ୍ରସର ଦାୟିତ୍ୱରେ ଥିବା ଭାସ୍କର ଚନ୍ଦ୍ର ମେହେର ଓ ଏନ୍‌ଏସ୍‌ଏସ୍‌ ଦାୟିତ୍ଵ ଥିବା ଡିଲେଶ୍ୱର ନିଆଲ ମୁଖ୍ୟ ଭୂମିକା ଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ପରିକ୍ରମା କରିଥିଲେ । ଅଧ୍ୟକ୍ଷ ଡ଼ଃ ଶୋଭେନ୍ଦ୍ର କୁମାର ମେହେର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସଚେତନ ଓ ଆଗ୍ରହ ସ୍ୱଷ୍ଟି ପାଇଁ ପଦକ୍ଷେପ ନେଇଥିଲେ । ଏହି ଅବସରରେ ଖେଳ ଶିକ୍ଷକ ଜୟପ୍ରକାଶ ସାହୁ, ଆଲୋକ କୁମାର ରଥ, ନଟବର ବେହେରା, ସ୍ନିତାରାଣୀ ସାହୁ, ଜୟପ୍ରକାଶ ମେହେର, ଭୂଷଣ ଚନ୍ଦ୍ର ମେହେର, ଦେବରାଜ ମେହେର, ଦମୟନ୍ତୀ ମେହେର, ଗାୟତ୍ରୀ ମିଶ୍ର ତଥା ଅନ୍ୟମାନେ ପରିକ୍ରମାରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଯଥା ହକି ସମ୍ବନ୍ଧୀୟ ରଙ୍ଗୋଲି, କୁଇଜ, ଗୀତ, ନୃତ୍ୟ, ଭାଷଣ, ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ପରିସରରେ ହକି ସମ୍ବନ୍ଧୀୟ ବିଭିନ୍ନ ଖେଳାଳି ତଥା ସ୍ଲୋଗାନ ଥିବା ପୋଷ୍ଟରଗୁଡିକ ମଧ୍ୟ ସଚେତନ ପାଇଁ ଲଗାଯାଇ ପରିସରକୁ ସୁନ୍ଦର କରାଯାଇଛି ।

jayashree
Leave A Reply

Your email address will not be published.