csstore

ଅଲେଖ ମହିମା ଆଶ୍ରମରେ ବିଶ୍ୱଶାନ୍ତି ମହାଯଜ୍ଞ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଗବଗାଁ ପଞ୍ଚାୟତ ଅନ୍ତର୍ଗତ ନୀଳପୁରା ଗ୍ରାମର ମହିମା ଆଶ୍ରମରେ ଯୋରଦା ମହିମା ଗାଦିର ସିଦ୍ଧସାଧୁ ଲମ୍ବୋଦର ବାବା, ଅକ୍ଷୟ ବାବା, ପ୍ରଭୁରାମ ବାବାଙ୍କ ଦ୍ୱାରା ବିଶ୍ୱ ଶାନ୍ତି ହୋମଯଜ୍ଞ ଓ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭକ୍ତ ମଣ୍ଟୁ ମାହାନା, ବିଜୟ ସିଂ, ହରେନ୍ଦ୍ର କାମିଳା, ପ୍ରଶାନ୍ତ ମହାଳିକ, କାଳିଚରଣ ମଣ୍ଡଳ, ବାବୁ ଦଳାଇ, ଶଚିନ୍ଦ୍ର ଦଳାଇ, ପ୍ରଦୀପ କର, ଭକ୍ତ ମାତା ଗୌରୀ ବାରୁକ, ଅଞ୍ଜଳି ଖଟୁଆ ପ୍ରମୁଖ ଭଜନ କୀର୍ତ୍ତନ କରିବା ସହିତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ଏବଂ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ମହିମା ଧର୍ମର ବାଣୀ ଶ୍ରବଣ କରିବା ସହିତ ପ୍ରସାଦ ସେବନ କରିଥିଲେ । ଏଥିରେ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ବ୍ରଜକିଶୋର ପାଳ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ମହା ମହୋତ୍ସବର ଆୟୋଜନ କରିବା ସହିତ କାର୍ଯ୍ୟକ୍ରମକୁ ଭକ୍ତ ଲମ୍ବୋଦର ପାଳ, ଗୋପାଳ ଚନ୍ଦ୍ର ପାଳ, ଶୁଭସ୍ମିତା ପାଳ, ମମତା ଦାସ ପ୍ରମୁଖ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.