ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ଏଡ଼ସ୍‌ ଦିବସ ଅବସରରେ ସାରା ବିଶ୍ୱରେ ସଚେତନତା ନିମନ୍ତେ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଛାତ୍ରନେତା ସୁମନ ନନ୍ଦଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନଙ୍କ ଏକ ବିଶାଳ ସଚେତନତା ର‍୍ୟାଲି ବାହାରିଥିବା ବେଳେ ଏହାକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ । ଏହି ସଚେତନତା ର‍୍ୟାଲି ବଲାଙ୍ଗିର ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ପହଂଚିଛି । ଦିନକୁ ଦିନ ଦେଶରେ ତଥା ଆମ ରାଜ୍ୟରେ ଏଡ଼୍‌ସ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ସଚେତନତା ର‍୍ୟାଲି ଜନସାଧାରଣଙ୍କୁ ବେଶ୍‌ ସଚେତନ କରି ପାରିବ ବୋଲି ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.

twenty + seven =