ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହେଲା ବିରଳ ମାଛ

ବୌଦ୍ଧ, (ବଂଶୀଧର ମାଝୀ) : ମତ୍ସ୍ୟଜୀବୀମାନେ ଏକ ବିରଳ ମାଛ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହରଭଙ୍ଗା ବ୍ଲକ୍‌ ସଂକୁଲେଇ ପଞ୍ଚାୟତ ମହାନଦୀ କଡ଼ରେ ରହୁଥିବା ମତ୍ସ୍ୟଜୀବୀମାନେ ଗତ କାଲି ୧ କିଲୋ ଓଜନର ଏକ ବିରଳ ମାଛ ଧରିଥିବା ବେଳେ ମାଛଟିର ଦେହ କୁମ୍ଭୀର ଭଳି ଦେଖାଯାଉଥିବା କୁହାଯାଇଛି । ତେବେ ଏହି ମାଛକୁ ବଂଚାଇ ରଖିଛନ୍ତି ମତ୍ସ୍ୟଜୀବୀମାନେ ବୋଲି ଖବର ମିଳିଛି । ମାଛକୁ ଦେଖିବାକୁ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.