ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ଜାପାନ ମଧ୍ୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଓ ସହଯୋଗ ନେଇ ରାଜିନାମା (ଆଇସିଟି) ଅନୁମୋଦିତ ହୋଇଛି । ଏହାଫଳରେ ଭାରତ-ଜାପାନ ମଧ୍ୟରେ ଦ୍ଵିପାକ୍ଷିକ ସହଯୋଗ ମଜଭୁତ ହେବା ସହ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଆପୋସ ବୁଝାମଣା ବୃଦ୍ଧି ପାଇବ । ବୈଶ୍ୱିକ ଭାଗିଦାରୀ ଓ ସ୍ଵତନ୍ତ୍ର ରଣନୀତି ଯୋଗୁଁ ଯୋଗାଯୋଗ କ୍ଷେତ୍ରରେ ଜାପାନ ବିଶ୍ଵରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଦୃଷ୍ଟିରୁ ଭାରତ ମଧ୍ୟ ଏହି ରାଜିନାମାରେ ବିଶେଷ ଲାଭାନ୍ଵିତ ହେବ ।
ଏହି ସହଯୋଗ ପତ୍ର (ଏମଓସି) ଯୋଗୁଁ ଦୁଇଦେଶ ମଧ୍ୟରେ ୫ଜି ନେଟୱାର୍କ, ଦୂରସଞ୍ଚାର ନିରାପତ୍ତା, ବୁଜାଜାହାଜ କେବୁଲ, ଯୋଗାଯୋଗ ଉପକରଣଗୁଡିକର ମାନକ ପ୍ରମାଣପତ୍ର, ଅତ୍ୟାଧୁନିକ ୱାୟେରଲେସ ପ୍ରଯୁକ୍ତି ଜ୍ଞାନର ଉପଯୋଗ, ଆଇସିଟି ସାମର୍ଥ୍ୟ ବିକାଶ, ସର୍ବସାଧାରଣ ନିରାପତ୍ତା ଓ ବିପର୍ୟ୍ୟୟ ପ୍ରଶମନ, କୃତିମ ମେଧାଶକ୍ତି (ଏଆଇ), ସ୍ପେକ୍ଟ୍ରମ ଚେନ ଇତ୍ୟାଦି ବହୁ କ୍ଷେତ୍ରରେ ଉଭୟ ଦେଶର ସହଯୋଗ ବୃଦ୍ଧି ପାଇବ ।
ଏହାବ୍ୟତୀତ ଏହି ଏମଓସି ଯୋଗୁଁ ବୈଶ୍ଵିକ ମାନକ ପ୍ରକ୍ରିୟାରେ ମଧ୍ୟ ଭାରତକୁ ସ୍ଥାନ ମିଳିବା ପାଇଁ ସୁଯୋଗ ସୃଷ୍ଟି ହେବ । ଆଇସିଟି ବୈଶ୍ଵିକ ଜ୍ଞାନର ସହଯୋଗ ଯୋଗୁଁ ଦେଶର ଆଇସିଟି ଭିତ୍ତିଭୂମି ବିକଶିତ ହେବ । ଭବିଷ୍ୟତରେ ବୁଜାଜାହାଜ କେବୁଲ ନେଟୱାର୍କ ଯୋଗୁଁ ଏହି ବୈଶ୍ଵିକ ଜ୍ଞାନ ମୂଳ ଭୂଖଣ୍ଡ ସହ ଦୂରଦୂରାନ୍ତ ଅଞ୍ଚଳର ଯୋଗାଯୋଗରେ ଅଭିବୃଦ୍ଧି ଘଟିବ । ଆଇସିଟି କ୍ଷେତ୍ରରେ ମାନବିକ ସାମର୍ଥ୍ୟ ବୃଦ୍ଧି ଯୋଗୁଁ ଷ୍ଟାର୍ଟଅପ ବାତାବରଣ ମଧ୍ୟ ଅନୁକୂଳ ହେବା ସହ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ।

Leave A Reply

Your email address will not be published.