pakka

ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ଏନେଇ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି । ଏନେଇ ରବିବାର ପବିତ୍ର ନୃସିଂହନାଥ ପୀଠରେ ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଉପସଭାପତି ସରୋଜ ସାମଲ ସଭାପତିତ୍ୱ କରିଥିଲେ । ଏଥିରେ ମଣ୍ଡଳ ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ସରପଞ୍ଚ, ପଞ୍ଚାୟତ ପ୍ରମୁଖ, ବୁଥ୍ ପ୍ରମୁଖଙ୍କ ପକ୍ଷରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଉତ୍ତରୀୟ ଏବଂ ପୁଷ୍ପମାଲ୍ୟ ଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟରେ ବିଜେପି ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାରୁ ହଜାର ହଜାର କାର୍ଯ୍ୟକର୍ତ୍ତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡ, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ପଦ୍ମପୁର ତଥା ଲୋକସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବାଟ ଖୋଲି ଯାଇଛି ଏବଂ ଏଥର ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହେବାକୁ ଯାଉଥିବାରୁ ଆମ୍ଭେ ସମସ୍ତେ ସାମିଲ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ କରିଥିଲେ । ଏଥିରେ ବରିଷ୍ଠ କାର୍ଯ୍ୟକର୍ତ୍ତା ହାଡୁ ସାହୁ, ମୋହନ ନାୟକ, ହରିହର ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ହରି ସିଂ ରାଜପୁତ ମଞ୍ଚାସୀନ ଥିଲେ । ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇ, ଯୁବ ମୋର୍ଚ୍ଚା ନେତା ପ୍ରୀତେଶ ବହିଦାର, ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର, ସୁରେନ୍ଦ୍ର ସିଂ ବରିହା, ସଦସ୍ୟା ସରସ୍ୱତୀ ସାହୁ, ତ୍ରିପୁରା ବରିହା ସମସ୍ତ ମଣ୍ଡଳ ସଭାପତି ସମେତ ଶହ ଶହ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ପ୍ରାରମ୍ଭରୁ ଶ୍ରୀ ପୁରୋହିତ କସ୍ତୁରବା ଗାନ୍ଧୀ ମାତୃନିକେତନକୁ ଯାଇ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ଓ ପୂର୍ବତନ ମନ୍ତ୍ରୀ କୃପାସିନ୍ଧୁ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଭାଗବତତତ୍ତ୍ୱ ଯୋଗ ପ୍ରତିଷ୍ଠାତା ରଘୁନାଥ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ କୁଲୁତା ସମାଜର ଅଧିଷ୍ଠାତ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।

jay balangir
Leave A Reply

Your email address will not be published.

twelve + 9 =