pakka

ଉଡ଼ିବ ବିମାନ, ଝାରସୁଗୁଡାରୁ ମୁମ୍ବାଇ-ବେଙ୍ଗାଲୁରୁକୁ

bbehera

ଝାରସୁଗୁଡା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠାରୁ ମୁମ୍ବାଇ-ବେଙ୍ଗାଲୁରୁକୁ ଉଡ଼ିବ ବିମା । ଏହାର ସମୟ ନିର୍ଦ୍ଧାରିତ ହୋଇସାରିଛି । ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯାଉଛି ସପ୍ତାହରେ ୪ ଦିନ ଉଡାଣ ଭରିବ ବିମାନ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମୟ ତାଲିକା ଘୋଷଣା କରାଯାଇଥିଲା । ପ୍ରତି ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବେଙ୍ଗାଲୁରୁକୁ ଓ ବେଙ୍ଗାଲୁରୁରୁ ଝାରସୁଗୁଡା ହୋଇ ମୁମ୍ବାଇକୁ ବିମାନ ଉଡାଣ ଭରିବ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଝାରସୁଗୁଡାରୁ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ୱରକୁ ବିମାନ ଚଳାଚଳ କରୁଛି । ସୂଚନା ଯେ, ମୁମ୍ବାଇରୁ ୧୦ଟା ୩୦ରେ ବାହାରି ଝାରସୁଗୁଡାରେ ୧୨ଟା ୩୦ରେ ପହଞ୍ଚିବ । ଅପରାହ୍ନ ୧ଟାରେ ଝାରସୁଗୁଡାରୁ ବାହାରି ୩ଟା ୧୦ରେ ବେଙ୍ଗାଲୁରୁରେ ପହଞ୍ଚିବ । ସେହିପରି ବେଙ୍ଗାଲୁରୁୁରୁ ଅପରାହ୍ଣ ୩ଟା ୪୫ରେ ବିମାନ ବାହାରି ଝାରସୁଗୁଡାରେ ୫ଟା ୪୦ରେ ପହଞ୍ଚିବା ପରେ ଝାରସୁଗୁଡାରୁ ସଂଧ୍ୟା ୬ଟା ୧୦ରେ ଯାତ୍ରା ଆରମ୍ଭକରି ୮ଟା ୩୫ରେ ମୁମ୍ବାଇରେ ପହଞ୍ଚିବ । ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ସକାଳ ୯ଟାରେ ବାହାରି ଝାରସୁଗୁଡାକୁ ୧୧ଟା ୧୦ଟା ପହଞ୍ଚିବ ଏବଂ ପୂର୍ବାହ୍ଣ ୧୧ଟା ୪୦ରେ ଝାରସୁଗୁଡାରୁ ବାହାରି ଅପରାହ୍ଣ ୧ଟା ୫୦ରେ ବେଙ୍ଗାଲୁରୁରେ ଅବତରଣ କରିବ । ସେହିପରି ବେଙ୍ଗାଲୁରୁରୁ ଅପରାହ୍ଣ ୨ଟା ୩୦ରେ ବାହାରି ଝାରସୁଗୁଡାରେ ୪ଟା ୪୦ରେ ପହଞ୍ଚିବା ପରେ ଝାରସୁଗୁଡାରୁ ସଂଧ୍ୟା ୫ଟା ୧୦ରେ ବାହାରି ଏହା ୭ଟା ୩୦ରେ ମୁମ୍ବାଇରେ ପହଞ୍ଚିବା ଧାର୍ଯ୍ୟହୋଇଛି ।

jay balangir
Leave A Reply

Your email address will not be published.

twenty − 19 =