oom

ମୃତ ଦୁଗ୍ଧ ସମ୍ପାଦକଙ୍କ ପରିବାରଙ୍କୁ ମିଳିଲା ୫ ଲକ୍ଷ୍ୟ ଟଙ୍କା ବୀମା ରାଶି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକ ତବକଟି ଦୁଗ୍ଧ ଶୀତଳକ କେନ୍ଦ୍ର ଅଧୀନରେ ଦୁଗ୍ଧ ଯୋଗାଣ କରୁଥିବା ସାନଟିକା ଦୁଗ୍ଧ ସମିତିର ସମ୍ପାଦକ ଲମ୍ବୋଦର ପଧାନଙ୍କ ହଠାତ୍ ଆକସ୍ମିକ ମୃତ୍ୟୁ ଘଟିଥିଲା । ଲମ୍ବୋଦର ପଧାନ ଏକମାତ୍ର ଘରର ମୁଖ୍ୟ ଆୟଶ୍ରୋତକାରୀ ଥିଲେ । ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘ (ଓମ୍‌ଫେଡ଼) ଏବଂ ଦୁଗ୍ଧ ସମିତିର ସହାଭାଗିତାରେ କରାଯାଇଥିବା ବୀମା ରାଶି ବାବଦକୁ ମୃତ ସମ୍ପାଦକଙ୍କ ପତ୍ନୀ ଶୋଭାଗିନୀ ପଧାନଙ୍କୁ ୫ ଲକ୍ଷ ଟଙ୍କାର ଏକ ଚେକ୍‌ ରୋଥ୍‌ ଦୁଗ୍ଧ ସମିତି ପରିସରରେ ବିକେଏନ୍‌ ଆଞ୍ଚଳିକ ଦୁଗ୍ଧ ସଂଘର ସଭାପତି ସୀମା ପଟେଲ, ସୁପର୍‌ଭାଇଜର୍‌ କୃଷ୍ଣକେଶବ ମହାକୁର, ସମାଜସେବୀ ସଚିକାନ୍ତ ପଟେଲଙ୍କ ସମେତ ଆଗଲପୁର ବ୍ଲକର ସମ୍ପାଦକ, ସମ୍ପାଦିକାଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିବାରୁ ଏହି ବ୍ଲକରେ ଥିବା ଦୁଗ୍ଧ ଚାଷୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।

jittmm
Leave A Reply

Your email address will not be published.