oom

୧୦ ଦଫା ଦାବୀରେ ଜିଲ୍ଲା ସମିତି ସଭ୍ୟ ସଂଘର ବିକ୍ଷୋଭ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଂଘ ପକ୍ଷରୁ ସଂଘର ସଭାପତି ଗୋଲାପ ବାଗଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ୨୦୨୨ ମସିହାରେ ସେମାନେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ସୁଦ୍ଧା ସେମାନଙ୍କ କ୍ଷମତା ସଂକୁଚିତ ହୋଇଥିବା ଯୋଗୁଁ ଜନତାଙ୍କ ସେବା କରିବା ଦିଗରେ ସେମାନେ ବିଫଳ ହେଉଛନ୍ତି । ଜିଲ୍ଲା ସମିତି ସଭ୍ୟ ସଂଘ ପକ୍ଷରୁ କରାଯାଇଥିବା ଦାବୀଗୁଡ଼ିକ ହେଲା – ଜଣେ ସମିତି ସଭ୍ୟ ମନୋନୀତ ହୋଇଥିବା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ସଭ୍ୟମାନଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦିଆଯାଉ । ପ୍ରତ୍ୟେକ ପଞ୍ଚାୟତରେ ସମିତି ସଦସ୍ୟଙ୍କ ପାଇଁ ଏକ ଅଫିସ ଗୃହ ଯୋଗାଇ ଦେବା ସହିତ ନାମଫଳକ ଲଗାଇବାର ବ୍ୟବସ୍ଥା କରାଯାଉ । ଜଣେ ସମିତି ସଦସ୍ୟ ବିଜୟୀ ପ୍ରମାଣପତ୍ର ଜିଲ୍ଲାପାଳଙ୍କ ଦ୍ୱାରା ଦିଆଯାଉ । ଗ୍ରାମ ପଞ୍ଚାୟତର ମାସିକ ବୈଠକ ହେଉ କିମ୍ବା ଜିପିଡ଼ିପି ବୈଠକ ସବୁଥିରେ ସମିତି ସଭ୍ୟର ଯୁଗ୍ମ ସ୍ୱାକ୍ଷର ରହିବାର ବ୍ୟବସ୍ଥା କରାଯାଉ । ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ସମସ୍ତ ସଭା ସମ୍ମିଳନୀକୁ ସରପଞ୍ଚଙ୍କ ସହ ସମିତି ସଭ୍ୟଙ୍କୁ ବାଧ୍ୟତାମୂଳକ ଭାବେ ରହିବାର ବ୍ୟବସ୍ଥା କରାଯାଉ । ସମିତି ବୈଠକରେ କେବଳ ସମିତି ସଭ୍ୟମାନଙ୍କୁ ହିଁ ସ୍ଥାୟୀ ସଦସ୍ୟ ରଖାଯାଉ । ଅନ୍ୟମାନଙ୍କୁ ସମିତିର ଅତିଥି ସଦସ୍ୟ ଭାବେ ରହିବାର ବ୍ୟବସ୍ଥା କରାଯାଉ । ସମସ୍ତ ପ୍ରମାଣ ପତ୍ର ଆଧାର କାର୍ଡ, ବାସସ୍ଥାନ ଓ ଅନ୍ୟାନ୍ୟରେ ଯେମିତି ସରପଂଚଙ୍କ ସ୍ୱାକ୍ଷରର ମାନ୍ୟତା ରହିଛି, ସେମିତି ସମିତି ସଭ୍ୟ ମାନଙ୍କର ସ୍ୱାକ୍ଷରକୁ ମଧ୍ୟ ମାନ୍ୟତା ଦିଆଯାଉ । ସମିତି ସଭ୍ୟମାନଙ୍କୁ ମାସିକ ୩୦,୦୦୦ଟଙ୍କା ପାରିତୋଷିକ ଆକାରରେ ପ୍ରଦାନ କରାଯାଉ । ସମିତି ସଭ୍ୟମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଜୀବନ ବୀମା ସହିତ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରାଯାଉ । ଅବସର ପରେ ଅବସରକାଳୀନ ଭତ୍ତା ମାସିକ ୧୦,୦୦୦ ଟଙ୍କା ବ୍ୟବସ୍ଥା କରାଯାଉ ।

jittmm
Leave A Reply

Your email address will not be published.