pakka

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍‌ ଆଦମୀ ପାର୍ଟିର ବିକ୍ଷୋଭ

bbehera

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ଆଦି ଦାବୀ ନେଇ ବିକ୍ଷୋଭ କରାଯାଇଥିଲା । ଏନେଇ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ମିଶନ ଶକ୍ତିରେ ସହାୟକ ଷ୍ଟାଫ ଭାବରେ କାମ କରୁଥିବା ଏମ୍‌ବିକେ, ସିଆର୍‌ପି, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ଦୀର୍ଘ ଦିନ ଧରି କାମ କରୁଛନ୍ତି । ହେଲେ ସେମାନଙ୍କୁ ସ୍ଥାୟୀ କରାଯାଇ ନାହିଁ । ଏଥିସହ ଦରମା ବୃଦ୍ଧି କରାଯାଉ ନ ଥିବା ପ୍ରତିବାଦରେ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଗାମୀ ଦିନରେ ଦାବୀ ପୂରଣ ନ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିସହ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ସିସୋଦିଆଙ୍କ ଗିରଫକୁ ନିନ୍ଦା ସହ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି । ଆନ୍ଦୋଳନରେ ଦଳର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ରାଉତ, ସମ୍ପାଦକ ଆଦିତ୍ୟ କୁମାର ରଥ, ଉପସଭାପତି ସୁଧୀର କୁମାର ପ୍ରଧାନ, ମହିଳା ସଭାନେତ୍ରୀ ନିବେସ୍ମିତା ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

2 × four =