pakka

୨୧ ଦଫା ଦାବୀ ନେଇ ଅଙ୍ଗନବାଡି ସଂଘର ବିକ୍ଷୋଭ

l2

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦତ୍ତ ହୋଇଛି । ୨୧ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କୁ ପ୍ରଦାନ କରିଛନ୍ତି । ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରାଯିବ ଯେ, ପର୍ଯ୍ୟନ୍ତ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ସେମାନଙ୍କ ମାସିକ ଭତ୍ତା ୧୮ ହଜାର ଟଙ୍କା ଏବଂ ସହାୟିକାଙ୍କ ଭତ୍ତା ୯୦୦୦ ଟଙ୍କା ଧାର୍ଯ୍ୟ କରାଯିବା, ଚଳିତ ବଜାର ଦର ଅନୁଯାୟୀ ଏସ୍‌ଏନ୍‌ପିି ଦର ସଂଶୋଧନ କରାଯିବା, କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରି ମୃତ୍ୟୁବରଣ କରିଥିବା ଅଙ୍ଗନବାଡି କର୍ମୀଙ୍କ ପରିବାରଙ୍କୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ରାଶି ପ୍ରଦାନ ସକାଶେ ବିହିତ ପଦକ୍ଷେପ ଗ୍ରହଣ କରାଯିବା, ନୂତନ ଶିକ୍ଷାନୀତି ଅନୁଯାୟୀ କର୍ମୀ ଏବଂ ସହାୟିକାଙ୍କ ଭୂମିକା ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ କରାଯିବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯିବା, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ପ୍ରଦାନ କରାଯିବା, ମୃତ୍ୟୁବରଣ କରିଥିବା ଅଙ୍ଗନବାଡି କର୍ମୀଙ୍କ ପରିବାରକୁ ଏକେବିୱାଇ ଯୋଜନା ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବା ଭଳି ୨୧ ଦଫା ସମ୍ବଳିତ ଏକ ଦାବୀପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ଅଲ୍‌ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍‌ର ସଭାନେତ୍ରୀ ରଞ୍ଜିତା କୁମାରୀ ରଥ, ସାଧାରଣ-ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ, ସହସମ୍ପାଦିକା ପ୍ରତୀମା କୁମାରୀ ଦେବୀଙ୍କ ସମେତ ପ୍ରତି ବ୍ଲକର ସଭାନେତ୍ରୀ ଓ ସମ୍ପାଦିକା ମାନେ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

two × 2 =