pakka

୨ ନିଶାସକ୍ତଙ୍କ ମଧ୍ୟରେ ଗଣ୍ଡଗୋଳ, ପୋଡି ଦେଲେ ବାଇକ

ଯାଜପୁର : ଯାଜପୁର ସଦର ଥାନା ଅନ୍ତର୍ଗତ ଆଦମପୁରଠାରେ ୨ ନିଶାସକ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବାଇକରେ ନିଆଁ ଲଗାଇ ପୋଡି ଦେଇଥିବା ଘଟଣା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ତେବେ ଅନ୍ୟ ଏକ ଅଂଚଳରୁ ଆସୁଥିବା ନିଶାସକ୍ତ ବିଶ୍ୱରଂଜନ ମିଶ୍ରଙ୍କ ଗାଡିକୁ ନିଶାସକ୍ତ ଅବସ୍ଥାରେ ଥିବା ରାକେଶ ବେହେରା କୌଣସି କାରଣରୁ ନିଆଁ ଲଗାଇ ଦେଇଥିଲେ । ଏହା ପରେ ରାକେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ଗାଁ ଲୋକ ପହଂଚିଲା ବେଳକୁ ଗାଡି ଟି ଜଳି ଯାଇଥିଲା । ଗାଁର କିଛି ଯୁବକ ଗାଁ ନଦୀ ପଠାରେ ଦୀର୍ଘ ଦିନ ହେଲା ଧଳା ଜହର ବେପାର କରି ଆସୁଥିଲେ । ତେବେ ଖୋଲା ଖୋଲି ନିଶା ବେପାରକୁ ନେଇ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

twelve + 20 =