pr

କେବଳ ଆଦିବାସୀ ଲୋକକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସେଇ ଦେଲେ ହେବନି, ଆଦିବାସୀଙ୍କ ବିକାଶ ଜରୁରି : ନିରଞ୍ଜନ ବିଶି

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜେପି ନେତୃତ୍ଵାଧୀନ ସରକାରଙ୍କ ଆଦିବାସୀ ମାରଣ ନୀତି, ଦମନ ନୀତି, ଆଦିବାସୀ ବିରୋଧୀ ନୀତି, ମୁଖ୍ୟତଃ ଏସ୍‌ଟି ଏସ୍‌ସି ବିରୋଧୀ ନୀତି ଯୋଗୁଁ ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀମାନେ ଅନ୍ୱେଷା ଯୋଜନାରେ ପାଉଥିବା ଶିକ୍ଷାର ଲାଭ ଉଠାଇ ପାରୁନାହାଁନ୍ତି ବୋଲି ରାଜ୍ୟସଭା ସାଂସଦ ନିରଂଜନ ବିଶି କହିଛନ୍ତି। ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀମାନେ ଅନ୍ୱେଷା ଅର୍ବାନ ଯୋଜନାରେ ନାଁ ଲେଖେଇ ପାରିନାହାଁନ୍ତି । ତା ସହ କନ୍ୟାଶ୍ରମ, ସେବାଶ୍ରମମାନଙ୍କରେ ଶିକ୍ଷକଶିକ୍ଷୟିତ୍ରୀ ନାହାନ୍ତି । ଏଥିପାଇଁ ଆଦିବାସୀ ଛୁଆମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତା ସହ ଦୀର୍ଘ ସାତମାସ ହେଲା ଅନ୍ୱେଷା ହଷ୍ଟେଲରେ କାର୍ୟ୍ୟରତ କର୍ମଚାରୀମାନେ ଦରମା ପାଇନାହାନ୍ତି । ଖାଲି ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଗାଦିରେ ବସେଇ ଦେଲେ ହେବନି ଆଦିବାସୀ ମାନଙ୍କୁ ଅଣଦେଖା କଲେ ଆଗାମୀ ଦିନରେ ଭୟାବହ ସ୍ଥିତି ହେବ । ସେଥିପାଇଁ ସରକାର ଦାୟୀ ରହିବେ ବୋଲି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.