
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡାର, ଲେବଡା ଓ ବିଟାବନ୍ଧ ଗ୍ରାମ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିର ତଥା ବିକାଶ ମେଳା ଶନିବାର ଦିନ ଉଦଯାପିତ ହୋଇଯାଇଛି । ଟୁପାଉଡାର ପଞ୍ଚାୟତରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ତଥା ବ୍ଲକ ଅର୍ଥ ଅଧିକାରୀ ଓ ନୋଡ଼ାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏକ ପେଡ ମା କେ ନାମରେ ଚାରା ରୋପଣ କରି ବିଭିନ୍ନ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷ ହରିବନ୍ଧୁ ମେହେର, ସରପଞ୍ଚ ଅର୍ଣ୍ଣ ବାଗ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଜିଡିପିଓ ଗଙ୍ଗାଧର ଛତର, ଓଏଲ୍ଏମ୍ ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପ, ବିଏସ୍ଏସ୍ଓ ରିଙ୍କୁ ମେହେର, ପିଇଓ ରଶ୍ମୀରଞ୍ଜନ ନାଗ, ଗଁରେଇ ମଣ୍ଡଳ ସଭାପତି ପ୍ରଦୀପ ବଛା, ଏଡିଇଓ ଦୁର୍ଯ୍ୟୋଧନ ଦଣ୍ଡସେନା, ଅନ୍ତର୍ଯ୍ୟାମୀ ବାଗ, ଫକୀର ଲୁହା, ବିଷ୍ଣୁ ବେହେରା, ତହସିଲ ନାଗ ଉପସ୍ଥିତ ଥିଲେ । ପଞ୍ଚାୟତର ୧୬ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୫ଜଣଙ୍କୁ ରାସନ କାର୍ଡ ଓ ୫ଜଣଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଡ ପ୍ରଦାନ କରାଯାଇଥିଲା । ଲେବଡ଼ା ପଞ୍ଚାୟତଠାରେ ବ୍ଲକ ବିତ୍ତ ଅଧିକାରୀ ତଥା ନୋଡାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମ୍ମାନିତ ଅତିଥି ସରପଞ୍ଚ ଦମୟନ୍ତୀ ହାତୀ, ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଜିପିଡିଓ ଗଙ୍ଗାଧର ଛତର, ପିଇଓ ଅର୍ଜୁନ ଛୁରା, ଡବ୍ଲୁଇଓ ଭୀମରାମ ମାଝୀ, ବିଏସ୍ଏସ୍ଓ ରିଙ୍କୁ ମେହେର, ଏଡିଇଓ ଦୁର୍ଯ୍ୟୋଧନ ଦଣ୍ଡସେନା, ନର୍ବେ ହାତୀ ପ୍ରମୁଖଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୪ଜଣଙ୍କୁ ରାସନ କାର୍ଡ, ୧୫ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୫ଜଣଙ୍କୁ ଆବାସ ଯୋଜନା ଓ ଅନ୍ୟ ୫ଜଣଙ୍କୁ କିସାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଥିଲା । ସେହିପରି ବିଟାବନ୍ଧ ପଞ୍ଚାୟତରେ ନୋଡାଲ ଅଧିକାରୀ ତଥା ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ସଂଯୋଜନାରେ ସରପଞ୍ଚ କଲ୍ୟାଣୀ ଘିବେଲା, ସମିତି ସଭ୍ୟା ଜ୍ୟୋସ୍ନା ରଣା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଜିପିଇଓ ଗଙ୍ଗାଧର ଛତର, ପିଇଓ ରଞ୍ଜନ କୁମାର ରଣା, ଓଏଲ୍ଏମ୍ ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପ, ବିପିସି ରବୀନ୍ଦ୍ର ବେହେରା, ବିଆର୍ସି ଶ୍ରୀକାନ୍ତ ଜେନା, ଏଡ଼ିଇଓ ଜୀର୍ମିୟ ନନ୍ଦ ପ୍ରମୁଖ ଯୋଗ ଦେଇ ବିଭିନ୍ନ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ୩ଟି ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା, ଯୋଗାଣ ସହାୟକ, ଜିଓଟେଗ, ଏମ୍ବିକେ, ସିଆର୍ପି, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଶତାଧିକ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ଏହି ୩ଟି ପଞ୍ଚାୟତ ସହ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତରେ ଚାଲିଥିବା ସେବା ଓ ବିକାଶ ମେଳା ଉଦଯାପିତ ହୋଇଯାଇଥିବା କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ତଥା ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ପ୍ରକାଶ କରିଛନ୍ତି ।
