
ବୌଦ୍ଧ, (ମମତା ମହାକୁର) : ଆଜି କଣ୍ଟାମାଲ ଖେଳ ପଡିଆରେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ୨୫ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପ୍ରବଳ ଜନ ଗହଳି ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । କଣ୍ଟାମାଲ ବ୍ଲକ ବିଜେଡି ସଭାପତି ବିପିନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟରଞ୍ଜନ ନାଏକ, ମୁଖ୍ୟ ଆକର୍ଷଣ କଣ୍ଟାମାଲ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ଉପସଭାପତି ଶାନ୍ତନୁ ଥାଟି, ପୂର୍ବତନ ବିଜେଡି କଣ୍ଟାମାଲ ବିଧାୟକ ଭଗବାନ କହଁର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଟାଣୁଆ ନେତା କେଦାର ସାହୁ, ରାଧେଶ୍ୟାମ ସାହୁ, ରୋହିତ ହୋତା, ଜାନୀ ସେନାପତି, ଛାତ୍ର କାର୍ୟ୍ୟକାରୀ ସଭାପତି ତନ୍ମୟ ସାହୁ, ସୁରଥ କୁମାର ମିଶ୍ର, ବିପିନ ପ୍ରଧାନ, ବାଳମୁକୁନ୍ଦ ମେହେର, ଦେବୀପ୍ରସାଦ ନାଏକ, ରାଧାବଲ୍ଲଭ ପ୍ରଧାନ, ରମଣିରଂଜନ ପ୍ରଧାନ, ଦୁତିଆ ସାହୁ, ଜିଲ୍ଲା ପରିସଦ ସଭ୍ୟା ମମତା ପ୍ରଧାନ, ଅମୀୟ ପ୍ରଧାନ, ସମରେନ୍ଦ୍ର ପ୍ରଧାନ, ରବି ପଣ୍ଡା, ସୁଧାଂଶୁ ରଣା, ବୈଜୟନ୍ତି ପ୍ରଧାନ, ଛାତ୍ର ବିଜେଡି ସଭାପତି ପ୍ରମୋଦ କୁମାର ରଣା, ବିଜୟ ବାରିକ, ଯୁବ ସଭାପତି ଶମ୍ଭୁ ସାହୁ, ଜିଲ୍ଲା ସମ୍ପାଦକ କାର୍ତ୍ତିକ ବେହେରା, କୃଷ୍ଣଚନ୍ଦ୍ର କଁହର, ଉପସଭାପତି ପଞ୍ଚାନନ ସାହୁ, ସୁଜିତ ମେହେର, ପବିତ୍ର ରଣା, ମୁରଲୀ ସେଠି, ଶରତ ରଣା, ଶେଷଦେବ ମୁଦୁଲି, ସଭାନେତ୍ରୀ ରୀତା ବେହେରା ପ୍ରମୁଖ ମଂଚାସୀନ ଥିଲେ । ସମସ୍ତ ନେତାଗଣ ବିଜେଡିର ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ ଦଳ କେମିତି ଆଗକୁ ବଢି ଚାଲିଛି ଓ ଓଡିଶା ପାଇଁ କେତେ ବିକାଶ କରିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଶାସନ ଓ ଦକ୍ଷ ଶାସନ ବଳରେ ବିଭିନ୍ନ କ୍ଷେତ୍ରରେ ଓଡିଶା ଆଜି ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିଛି ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜେଡିରେ ଅନ୍ୟ ଦଳର ବହୁ ନେତା ସାମିଲ ହେବାକୁ ଚାଂହୁଥିବା ବେଳେ ତା’ ପୂର୍ବରୁ ସେହି ପଂଚାୟତର କର୍ମୀମାନଙ୍କ ସହ ଆଲୋଚନା କରିବାକୁ ଉପସଭାପତି ଶାନ୍ତନୁ ଥାଟିଙ୍କ ମତାମତକୁ ପର୍ଯ୍ୟବେକ୍ଷକ ସୌଭାଗ୍ୟରଞ୍ଜନ ସମର୍ଥନ କରିଥିଲେ । ତେବେ ଆଜି ବିଜେଡି ଅସନ୍ତୁଷ୍ଟ ଓ ଦଳରୁ ଦୁରେଇ ହୋଇ ରହିଥିବା ନେତାମାନଙ୍କୁ ପର୍ୟ୍ୟବେକ୍ଷକ ସୌଭାଗ୍ୟରଞ୍ଜନ ପ୍ରଧାନ ଆଜିର ସଭାରେ ଏକତ୍ରିକରଣ କରିଥିବାରୁ ବିଜେଡି ମହଲରେ ଖୁସି ଦେଖାଦେଇଥିଲା । ବିଧାୟକ ଶ୍ରୀ ରଣା ଉପସ୍ଥିତ ସମସ୍ତ ଜନତାଙ୍କୁ ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଥିଲେ ଏବଂ ଆଗାମୀ ପଂଚାୟତ ନିର୍ବାଚନରେ ପୂର୍ବାପେକ୍ଷା ବିଜେଡି ସମର୍ଥକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ଏହି ଅବସରରେ ଆଜି ବହୁ ସଂଖ୍ୟକ ନେତା ବିଜେଡିରେ ସାମିଲ ହୋଇଥିଲେ । କାର୍ୟ୍ୟକ୍ରମକୁ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ରଣା ପରିଚାଳନା କରିଥିଲେ ।