pr

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନାରେ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବିଜୁ ଛାତ୍ର ଜନତା ଦଳ ତରଫରୁ ଯୁବ ନେତା ଅର୍କେଶ ନାରାୟଣ ସିଂଦେଓ ଓ ପୂର୍ବ ଅଧକ୍ଷ ଲକ୍ଷ୍ମଣ ମେହେରଙ୍କ ନିର୍ଦେଶ କ୍ରମେ ଦେଓଗାଁ ବ୍ଲକ ଛାତ୍ର ସଭାପତି ଦୀପକ ବେହେରା, ଜିଲ୍ଲା ସମ୍ପାଦକ ନେପାଳ ରାଉତ, ପଂଚାୟତ ଯୁବ ସଭାପତି ବିନୋଦ ପଧାନ, ବନମାଳୀ ବରିହା, ପପୁ ବଗର୍ତ୍ତିପ୍ରମୁଖ ଦେଓଗାଁ ବ୍ଲକ ସିଂହାମୁଣ୍ଡା ପଞ୍ଚାୟତ ବାଙ୍କିଆମୁଣ୍ଡା ଗାଁକୁ ଯାଇ ସ୍ୱର୍ଗତ ଧନ ବରିହାଙ୍କ ପରିବାରକୁ ସାକ୍ଷାତ କରି ରାସନ ସାମଗ୍ରୀ ପ୍ରଦାନ କରିବା ସହ କିଛି ଆର୍ଥିକ ସହଯୋଗ ଓ ମାସ୍କ ସେନିଟାଇଜର ପ୍ରଦାନ କରାଗଲା । ସ୍ୱର୍ଗତ ଧନ ବରିହା ବାହାର ରାଜ୍ୟକୁ ଶ୍ରମିକ କାମ କରିବାକୁ ଯାଇଥିଲେ କିନ୍ତୁ ସେଠାରେ କୋରୋନାରେ ଆକ୍ରାନ୍ତ ହେବା ପରେ ଗତ ୯ତାରିଖ ଦିନ ମୃତ୍ୟୁ ହୋଇଥିଲା । ସେ ପରିବାରର ଏକ ମାତ୍ର ରୋଜଗାର ବ୍ୟକ୍ତି ଥିଲେ । ତାଙ୍କ ପରିବାରରେ ତାଙ୍କ ୨୩ ବର୍ଷୀୟା ଧର୍ମପତ୍ନୀ ଓ ୩ବର୍ଷୀୟା ଝିଅ ଅଛନ୍ତି ।

nrusinghnath
Leave A Reply

Your email address will not be published.