ବଲାଙ୍ଗିର ଜିଲ୍ଲାରୁ ଆଜି ୧୦୧ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଷିଶ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୯ଜଣ, ବଲାଙ୍ଗିର ବ୍ଲକରୁ ୫ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୨୬ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୪ଜଣ, ବେଲପଡା ବ୍ଲକରୁ ୫ଜଣ, ଦେଓଗାଁ ବ୍ଲକରୁ ୪ଜଣ, ଗୁଡଭେଲା ବ୍ଲକରୁ ୬ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ଜଣେ, ଖପ୍ରାଖୋଲ ବ୍ଲକରୁ ଜଣେ, ଲୋଇସିଂହା ବ୍ଲକରୁ ୯ଜଣ, ମୁରିବାହାଲ ବ୍ଲକରୁ ୫ଜଣ, ପଟଣାଗଡ ଗ୍ରାମାଞ୍ଚଳରୁ ୨ଜଣ, ପୁଇଁନ୍ତଳା ବ୍ଲକରୁ ୪ଜଣ, ସଇଁନ୍ତଳା ବ୍ଲକରୁ ୭ଜଣ, ଟିଟିଲାଗଡ ସହରାଞ୍ଚଳରୁ ଜଣେ ଓ ତୁରେକେଲା ବ୍ଲକରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧୪୦୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୯୭୬୪ ଜଣ ସୁସ୍ଥ ହୋଇଥିବା ବେଳେ ୧୫୮୩ ଜଣ ସକ୍ରିୟଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

7 − 4 =