p purohi

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ ପାଳିତ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି । ଦ୍ରୌପଦୀ ଆଜି ଭାରତର ନବ ନିର୍ବାଚିତ ତଥା ୧୫ ତମ ରାଷ୍ଟ୍ରପତି । ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ସାରା ଭାରତରେ ବିଜୟ ଉତ୍ସବ ପାଳୁଛି ବିଜେପି । ଦ୍ରୌପଦୀ ଓଡ଼ିଶାର ଝିଅ ହୋଇଥିବାରୁ ଓଡ଼ିଶା ଅଧିକ ଉତ୍ସବ ମୁଖରୀତ ହୋଇଛି । ଏହି ଅବସରରେ ଗତକାଲି ସଂଧ୍ୟା ରେ ଜିଲ୍ଲା ସଦର ମହକୁମାରେ ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ବିଜୟ ଉତ୍ସବ ପାଳନ କରାଯାଇଛି । ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ଉର୍କୁଲୁ ତାଣ୍ଡି, ଅକ୍ରୁର ମଲ୍ଲିକ, ଅବନିକାନ୍ତ ପଣ୍ଡା, ଯଦୁମଣି ଦାଶ, ଅମିତ ପଣ୍ଡା, ଯୁଧିଷ୍ଠିର ମେହେର, ସୁଦାମ ମହାପାତ୍ର, ସୁକୃ ସାହୁ, ବୈକୁଣ୍ଠ ସାହୁ, ଗିରିସ ମାଝୀ, ଅନୁରାଧା ଅଗ୍ରୱାଲ, ମମତା ଅଗ୍ରୱାଲ, ସୀମା ସିଂ, ଚଂଚଳା ରାଉତ, ଲକ୍ଷ୍ମୀ ପ୍ରିୟା ବିଶି, ଇପ୍ସିତା ମିଶ୍ର, ଘନଶ୍ୟାମ ସାହୁ, କୁଶ ସାହୁ, ବ୍ରଜମୋହନ ନାୟକ, ସୁଜିତ ସରାଫ, କିଶୋର ଅଗ୍ରୱାଲ, ବିଷ୍ଣୁ ଅଗ୍ରୱାଲ, ବେଦାନ୍ତ ମିଶ୍ର ପ୍ରମୁଖ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରି ପରସ୍ପର ତଥା ଜନ ସଧାରଣଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି ।

nrusinghnath
Leave A Reply

Your email address will not be published.