jayashree

ସୋନପୁର ଜିଲ୍ଲା ବିଜେପି ଏବଂ ନଗର ମଣ୍ଡଳ ପକ୍ଷରୁ ବିଜୟ ଉତ୍ସବ

  • ଝାଲ ମୁଢ଼ି ଓ ମିଠା ବାଣ୍ଟି ଉତ୍ସବ ମନାଇଲେ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଛକ ଠାରେ ଜିଲ୍ଲା ବିଜେପି ଏବଂ ନଗର ମଣ୍ଡଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ସଫଳତାକୁ ନେଇ ଦଳ ପକ୍ଷରୁ ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେରଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିଲେ । ସହରର ବିଭିନ୍ନ ସ୍ଥାନରୁ କର୍ମୀମାନେ ଏକତ୍ରିତ ହୋଇ ଆନନ୍ଦ ଓ ଉତ୍ସାହ ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସହରର ପରିବେଶ ଉତ୍ସାହରେ ଭରିଯାଇଥିଲା ଏବଂ ବାଣ-ଫଟକା ଫୁଟାଇ ଉଲ୍ଲାସ ମନାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ କର୍ମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ମିଠା ଏବଂ ଝାଲମୁଢ଼ି ବଣ୍ଟନ କରାଯାଇଥିଲା । ଆଜିର ଏହି ବିଜୟ ଉତ୍ସବ କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଦଳୀୟ ଏକତା ଓ ସଫଳତାର ଉତ୍ସବ ଭାବେ ପାଳନ କରାଯାଇଥିଲା । ସେହିପରି ସୋନପୁର ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର, ବରିଷ୍ଠ ନେତା ଆନ୍ଦନ କୁମାର ବାରିକ, ସାନନ୍ଦ କୁମାର ବାରିକ, ଦୀପକ କୁମାର ମହାପାତ୍ର, ଦାଶରଥୀ ମେହେର, ତ୍ରିଲୋଚନ ତରିଆ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ପଧାନ, ଗଣେଶ ସାହୁ, ଆଲୋକ ମିଶ୍ର, ସୁରୁବାବୁ ସାହୁ, ବିକ୍ରମ ମିଶ୍ର, ବିକି ଅଗ୍ରୱାଲ, ଆଶିଷ ବାରିକ, ଧରମ ମହାଲିକ, ଶୈଳେନ୍ଦ୍ର ବାରିକ, ଶ୍ରୀକାନ୍ତ ପାଣିଗ୍ରାହୀ, ମିଥୁନ ସାହୁ, ଉତ୍ତମ ନାଏକ ପ୍ରମୁଖଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

Leave A Reply

Your email address will not be published.