csstore

ମଣ୍ଟେଶୋରୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡା ସ୍ଥିତ ମଣ୍ଟୋଶୋରୀ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୦ ଜଣ ଶିଶୁ ବୈଜ୍ଞାନିକ ଭାଗ ନେଇଥିଲେ । ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ପ୍ରାୟ ଶତାଧିକ ଅଭିଭାବକ ଏହା ଦେଖିବାକୁ ଆସିଥିଲେ । ସ୍କୁଲ ଚେୟାରମେନ ବିରେନ୍ଦ୍ର ନାରାୟଣ ଉଦ୍‌ଗାତା ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ । ବିଚାରକ ଭାବରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ ଓ ଅଙ୍ଗିରା ସାହୁ ପ୍ରୋଜେକ୍ଟ ଗୁଡିକର ତର୍ଜମା କରି ଜୁନିୟର, ସବ୍‌ଜୁନିୟର ଓ ସିନିୟର ବିଭାଗର ପ୍ରଥମ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଘୋଷଣା କରିଥିଲେ । ସ୍କୁଲର ଅଧ୍ୟକ୍ଷ ରବି ଚନ୍ଦ୍ର ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ପ୍ରଫେସର ତରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ, ବିଜ୍ଞାନ ହିଁ ସମସ୍ତ ଜ୍ଞାନର ଗନ୍ତାଘର ଏଣୁ ପିଲା ଦିନରୁ ଚେଷ୍ଟା କଲେ ଭବିଷ୍ୟତରେ ତୁମେମାନେ ବଡ ବୈଜ୍ଞାନିକ ହୋଇପାରିବ । ଏହି ଶିଶୁ ଦିବସ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଅଧ୍ୟାପିକା ହିମାନି ତ୍ରିପାଠୀ, ସାମ୍ବାଦିକ ଆକୁଲ ବେହେରା, ଜୟନ୍ତ ଶତପଥି ଓ ରବିନାରାୟଣ ମହାକୁର ପ୍ରମୁଖ ଯୋଗ ଦେଇଥିଲେ । ଶକ୍ତି ସ୍ୱରୁପା ଓ ଆର୍ଯ୍ୟାହି ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.